ପୂର୍ବାଞ୍ଚଳ ଟିକସ ପେସାଦାର ସଂଘ ସମ୍ମିଳନୀ 

 ବ୍ୟାସନଗର : ଆସନ୍ତା ରବିବାର ଯାଜପୁର ରୋଡ ସଂସ୍କୃତି ଭବନରେ ପୂର୍ବାଞ୍ଚଳ ଟିକସ ପେଶାଦାର ସଂଘର ଏକ ଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଯାଜପୁର ଜିଲା ଟ୍ୟାକ୍ସ ବାର ଆସୋସିଏସନ୍, ସର୍ବ ଭାରତୀୟ ଟିକସ ପେଶାଦାର ସଂଘ ପୂର୍ବାଞ୍ଚଳ ଶାଖା ଏବଂ ନିଖିଳ ଓଡ଼ିଶା ଟିକସ ଓକିଲ ସଂଘ ମିଳିତ ସହଯୋଗରେ ଅନୁଷ୍ଠିିତ ହେଉଥିବା "ଜ୍ଞାନ ଉତ୍ସବ’ସମ୍ମିଳନୀକୁ ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତ୍ତି ମୁରାରି ଶ୍ରୀ ରମଣ ଉଦ୍ଘାଟନ କରିବେ । ଉକ୍ତ ଦିବସୀୟ କର୍ମଶାଳାରେ ପ୍ରଥମ ଅଧିବେଶନରେ ଦ୍ରବ୍ୟ ଓ ସେବା କର ଏବଂ ଆୟକରର ନୂତନ ବଜେଟ୍ ଏବଂ ନୂତନ ଆୟକର ଆଇନ ଉପରେ ସବିଶେଷ ଆଲୋଚନା ହେବ । ବିଶେଷ ବକ୍ତା ଭାବେ କଲିକତାରୁ ଦ୍ରବ୍ୟ ଓ ସେବା ଟିକସ ପରାମର୍ଶ ଦାତା ପ୍ରଦୀପ ମୋଦୀ ଏବଂ ଆୟକର ପରାମର୍ଶ ଦାତା ଆୟୁଷ ଗୋଏଲ ଯୋଗଦେଇ ଆଲୋଚନା କରିବେ । ବିଭିନ୍ନ ଅଧିବେଶନରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, କୋରେଇବିଧାୟକ ଆକାଶ ଦାସନାୟକ ଯୋଗ ଦେବେ । ସମ୍ମିଳନୀରେ ବହୁ ଅତିଥିଙ୍କ ସହିତ ଓଡ଼ିଶା ଓ ଓଡିÿଶା ବାହାରୁ ଅନେକ ଟିକସ ଓକିଲ ଓ ଚାଟାର୍ଡ ଆକାଉଣ୍ଟ ବ୍ୟବସାୟୀ ପ୍ରତିନିଧି ଯୋଗଦେବେ । ସମ୍ମିଳନୀକୁ ସଫଳ କରିବାକୁ ପ୍ରସ୍ତୁତି ବୈଠକ ଆସୋସିଏସନ୍ର ସଭପତି ବିବେକାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନଷ୍ଠିତ ହୋଇ ସମ୍ପର୍ଣ୍ଣ ରୂପରେଖ ଦିଆଯାଇଛି । ବୈଠକରେ ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ସହସମ୍ପାଦକ ଅଶୋକ ଶର୍ମା, ହେମନ୍ତ ପଥାଳ, ଦୁର୍ବାଦଳ ବସୁ, ଦିଲ୍ଲୀପ କୁମାର ମଲ୍ଲିକ, ଦେବେନ୍ଦ୍ର ପଣ୍ଡା, ରମାକାନ୍ତ ସେଠୀ, ବିଦ୍ୟାଧର ମହାନ୍ତି, ରତିକାନ୍ତ ବେହେରା, ରାଜେନ୍ଦ୍ର ଧୀର ସାମନ୍ତ, ଦିଲ୍ଲୀପ କୁମାର ନାୟକ, ରମାକାନ୍ତ ନନ୍ଦ, ସତ୍ୟମ୍ ସତ୍ୟଦର୍ଶି ମହାପାତ୍ର, ପ୍ରଶାନ୍ତ ଗୁରୁ ପ୍ରମୁଖ ଉପସ୍ଥିତଥିଲେ ।