ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବିଞ୍ଝାରପୁର: ଭୁବନାନନ୍ଦ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ ଦିଲୀପ ସାମଲ ନିଜ ଶିକ୍ଷକତା ଚାକିରି ଜୀବନରୁ ଅବସର ନେଇଛନ୍ତି । ଏହି ଅବସରରେ ଭୁବନାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ଯ୍ୟନାରାୟଣ ପଣ୍ଡାଙ୍କ ସଭାପତିତ୍ୱ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କରାଯାଇଥିଲା । ଦିଲୀପ କୁମାର ଏହି ସ୍କୁଲରେ ୨୩ବର୍ଷ ଶିକ୍ଷକତା କରିଥିବା ବେଳେ ବିଦ୍ୟାଳୟର ଯେତେ ବାଧା ବିଘ୍ନ ଆସିଥିଲେ ମଧ୍ୟ ଥକି ପଡିନଥିଲେ । ଦିଲୀପ ସାରଙ୍କ ସରକାରୀସ୍ତରରେ ଅବସର ନେଇଥିଲେ ସୁଦ୍ଧା ଏହି ବିଦ୍ୟାଳୟରେ ଛାଡ଼ିଯାଇଥିବା ସ୍ନେହ ଶ୍ରଦ୍ଧା କେବେ ବି ଅବସର ନେଇପାରିବ ନାହିଁ ବୋଲି ବକ୍ତା ମାନେ କହିଥିଲେ । ସଭାରେ ବିଆରସି ସେକ ନିଜାମୁଦ୍ଧିନ, ଏନ୍ପିଏସ୍ ଫେଡ୍ରେକ୍ସନ ସଭାପତି ମନୋରଞ୍ଜନ ଧଳ, ସରପଞ୍ଚ ପାର୍ବତୀ ମଲିକ, ସମିତିସଭ୍ୟା ସ୍ୱର୍ଣ୍ଣଲତା ବେହେରା, ସିଆରସି ଜଗବନ୍ଧୁ ଜେନା, ପ୍ରଦୀପ ମଲିକଙ୍କ ସମେତ ଅଞ୍ଚଳର ସମସ୍ତ ଶିକ୍ଷକ, ବୁଦ୍ଧିଜୀବୀ, ପୁରାତନ ଓ ଏବେକାର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ବିଷାଦଭରା ପରିବେଶରେ ଦିଲୀପ ସାମଲଙ୍କୁ ବିଦାୟ ଦେବା ସହ ଅରେଇସ୍ଥିତ ବାସଭନରେ ଛାଡିଥିଲେ ।