ପ୍ରଶାସନର ପଡୁନି ନଜର : ବାଲି ଗାଡ଼ି ପାଇଁ ରାସ୍ତା ଶୋଚନୀୟ
ବିଞ୍ଝାରପୁର: ପୂର୍ତ୍ତ ବିଭାଗ ଅଧିନ କପିଳା-ପ୍ରିତିପୁର ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ବିରାଟ ବିରାଟ ଗାଢ । ସଂକ୍ତୃକ୍ତ ରାସ୍ତା ଦେଇ ପ୍ରତିଦିନ ଉତକୁଳ, ଆଉଁରି, ଆଳକୁଣ୍ଡ, ବିତନା, ପ୍ରିତିପୁରର ହଜାର ହଜାର ଲୋକ ବିଞ୍ଝାରପୁର ବ୍ଲକ୍, ତହସିଲ, ମେଡିକାଲ ସମେତ କଲେଜ୍କୁ ଆସିଥାଆନ୍ତି । ହେଲେ ରାସ୍ତାଟି ଏବେ ଯାଆସ ପାଇଁ ବଡ ବିପଦ ସାଜିଛି । ରାସ୍ତା ପାଇଁ ଅନେକ ଦୁର୍ଘଟଣା ହେଉଛି । ଯାହାର ପ୍ରମୁଖ କାରଣ ହେଉଛି ଅବାଧ୍ୟ ବାଲି ବୋଝେଇ ଗାଡ଼ି । ସଂପୃକ୍ତ ରାସ୍ତାଟି ପାଖା ପାଖି ଗୋଟିଏ ବର୍ଷରୁ ଉର୍ଦ୍ଧ ହେବ ଖରାପ ଥିବା ସତ୍ତ୍ୱେ ନା ପ୍ରଶାସନ ନା ପୂର୍ତ୍ତ ବିଭାଗ କାହାର ନଜର ପଡୁନି । କାହାକୁ ନେଇ ପ୍ରତିଦିନ ଏହି ରାସ୍ତା ଦେଇ ଯାଇଥିବା ଜନ ସାଧାରଣ ପ୍ରଶାସନର ଏହା ଅପରଗତା ବୋଲି ମତ ରଖିଛନ୍ତି । ତୁରନ୍ତ ପ୍ରଶାସନ ଏହି ଅବାଧ୍ୟ ବାଲି ଗାଡ଼ି ଉପରେ ରୋକ ଲଗାଇବା ସହ ପୂର୍ତ୍ତ ବିଭାଗ ତୁରନ୍ତ ରାସ୍ତା ମରାମତି କରିବା ଲଗି ଦାବି ହେଉଛି ।