ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉସବ 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ଉଚ୍ଚ ପ୍ରାଥମକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉସôବ ସ୍କୁଲ ପରିସରରେ ଉକ୍ତ ବିଦ୍ୟାଳୟର ପ୍ରାଧନ ଶିକ୍ଷୟତ୍ରୀ ସୁର୍ରୈୟା ସୁଲତାନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀ କାହ୍ନୁଚରଣ ନାୟକ ଏବଂ ସମ୍ମାନନୀୟ ଅତିଥି ଭାବରେ ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଓ ସାନମହେଶ୍ୱର ପଞ୍ଚାୟତର ସରପଞ୍ଚ ଆଲ୍ହାଦିନୀ ବେହେରା ଯୋଗଦାନ କରି ନିଜରଶୁଭେଚ୍ଛାବାର୍ତା ଓ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଶିକ୍ଷକ ଜଗଦିପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ସିଆରସିସି ଜୋର୍ଡÿାନ ସାମୁଏଲ ଓ ଖଗେଶ୍ୱର ବାଗ,ସହ ଶିକ୍ଷକ/ଶିକ୍ଷୟତ୍ରୀ ଅନୁପମାଦୀପ, ସୁଦାମଘିଭେଲା, ଜ୍ୟୋସô୍ନାରାଣୀ ସୁବୁଦ୍ଧି,ଜ୍ୟୋତିରାଦିତ୍ୟ ପୂଝାରୀ, ଜଗଦିପ ଦାସ ,ସ୍କୁଲ ପରିଚାଳନା କମିଟୀର ସଭାପତି ଚୈତନ୍ୟ ଶବର, ସଭ୍ୟ/ସଭ୍ୟା, ଅଭିଭାବକ/ଅଭିଭାବିକା, ଗ୍ରାମବାସୀ ଓ ଗ୍ରାମର ଭଦ୍ର ମଣ୍ଡଳୀ ଯୋଗ ଦେଇଥିଲେ ।