ପ୍ଲାଟିନମ ଦିବାରାତ୍ର କପ ଉଦ୍ଘାଟିତ
ବ୍ୟାସନଗର: କୋରେଇ ବ୍ଲକ୍ ଶଙ୍ଖଚିଲା ହିଙ୍ଗୁଳା ପଡ଼ିଆରେ ଦିବାରାତ୍ର ପ୍ଲାଟିନମ୍ କପ୍ ଉଦ୍ଘାଟିତ ହୋଇଛି । ହିଙ୍ଗୁଳା ହାଇସ୍କୁଲର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ପୁରାତନ ଛାତ୍ରଙ୍କୁ ନେଇ ୪ବର୍ଷ ଧରି ଚାଲିଥିବା କପ୍ରେ ୪୦ଟି ବ୍ୟାଚର ଛାତ୍ର ଅଂଶ ଗ୍ରହଣ କରିଛନ୍ତି । ଦୁଇଦିନିଆ ଦିବାରାତ୍ରି ପ୍ଲାଟିନମ୍ କପ୍ ପରିପ୍ରେକ୍ଷୀରେ ସକାଳ ୮ଘଟିକା ସମୟରେ ଆରାଧ୍ୟା ଦେବୀ ମା ହିଙ୍ଗୁଳାଙ୍କ ଠାରୁ ପୂଜାର୍ଚ୍ଚନା ସହିତ ଆଜ୍ଞା ମାଳ ସହ ଜ୍ୟୋତି ଅଣାଯିବା ପରେ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା । ସଦଭାବନା ଜ୍ୟୋତି ଯାତ୍ରାକୁ ପୁରାତନ ଛାତ୍ର ସଙ୍ଘ ଉପସଭାପତି ବିଷ୍ଣୁଚରଣ ସାହୁ ପତାକା ହଲେଇ ଉଦ୍ଘାଟନ କରିଥିଲେ । ହାଇସ୍କୁଲରେ ପ୍ରଧାନଶିକ୍ଷକ ଅଭିଜିତ ବାରିକ ସମେତ ପରିଚାଳନା କମିଟି ଓ ସମସ୍ତ କର୍ମଚାରୀ ଜ୍ୟୋତିକୁ ସ୍ୱାଗତ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଦ୍ଭାବନା ପୂର୍ଣ୍ଣ ଜ୍ୟୋତି ଯାତ୍ରାକୁ ପୁରାତନ ଛାତ୍ର ସଙ୍ଘ ଯୁଗ୍ମ ସମ୍ପାଦକ ଅକ୍ଷୟ ଜେନା, ସଙ୍ଗଠନ ସମ୍ପାଦକ ସୌମ୍ୟବ୍ରତ ସାହୁ, କାର୍ଯ୍ୟକର୍ତା ଆର୍ଯ୍ୟବିଭାଷ କୁମାର, ଆଦିତ୍ୟ ସାହୁ, ଦେବେନ୍ଦ୍ର ସାହୁ, ଅନନ୍ତ ଚରଣ ମଲ୍ଲିକ, ସଶ୍ମିତେଶ ସାହୁ, ପରିକ୍ଷିତ ରାଉତ, ପରମେଶ୍ୱର ମାଲିକ, ଦିଲୀପ ସାହୁଙ୍କ ନେତୃତ୍ୱରେ ଜ୍ୟୋତି ଯାତ୍ରା ସଞ୍ଚାଳନ କରାଯାଇଥିଲା । ପୁରାତନ ଛାତ୍ର ସଙ୍ଘ ସମ୍ପାଦକ ବିନୋଦ ବିହାରୀ ସାହୁଙ୍କ ନେତୃତ୍ୱରେ କୋଷାଧ୍ୟକ୍ଷ ରଘୁନାଥ ସାହୁ, ବୈକୁଣ୍ଠ ଚରଣ ଜେନା, ଦେବେନ୍ଦ୍ର ସାହୁ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀଧର ଦାସ ଓ ସଂଯୋଜକ ଭଗବାନ ମଲ୍ଲିକଙ୍କ ଦ୍ୱାରା ଖେଳ ପତାକା ଉତ୍ତୋଳନ ଓ ଜନ୍ମେଜୟ ସାହୁଙ୍କ ଦ୍ୱାରା ଶପଥପାଠ ନେଇ ଜିତେନ୍ଦ୍ର ଦାସ୍ ଓ ଆଲୋକ ଦାସଙ୍କ ପରିଚାଳନାରେ ଛାୟାକାନ୍ତ ଦ୍ୱିବେଦୀ, ବାବୁ ଦାସ୍, ରାଜେନ୍ଦ୍ର କୁମାର ଦାସ୍ ଓ ଦୁର୍ଗାପ୍ରସାଦ ପଟ୍ଟନାୟକ ୫ ଓଭର ବିଶିଷ୍ଟ ପ୍ରଥମ ଲିଗ୍ ମ୍ୟାଚକୁ ୨୦୨୪ ବ୍ୟାଚ୍ ଓ ହିଙ୍ଗୁଳା ହାଇସ୍କୁଲ ଏକାଦଶ ମଧ୍ୟରେ ଖେଳ ଆରମ୍ଭ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିମଳେନ୍ଦୁ ସାହୁ, ଦୀପକ କୁମାର ଗୁରୁ, ହିମାଂଶୁ ଶେଖର ସାହୁ, ପ୍ରଶାନ୍ତ କୁମାର ନାୟକ, ସରୋଜ କୁମାର ସାହୁ, ନିତେଶ କୁମାର ଦାସ୍, ଅକ୍ଷୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।