ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜର ଭବିଷ୍ୟତ କଣ? ଅନ୍ଧକାରରେ ୩୦ ପରିବାର

ବ୍ରହ୍ମଗିର : ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡରୋଡଙ୍ଗ ଗ୍ରାମରେ ଅବସ୍ଥିତ ୩୦ ବର୍ଷର ପୁରୁଣା କଲେଜ ବକ୍ସିଜଗବନ୍ଧୁ ବିଦ୍ୟାଧର କଲେଜ ପ୍ରଥମେ +୨ କଳା ଓ ବିଜ୍ଞାନରୁ ଆରମ୍ଭ ହୋଇଥିଲା । ସେ ସମୟରେ ସାମନ୍ତ ପ୍ରସନ୍ନ ରାୟ ଏକାକି କଲେଜ ନିର୍ମାଣରେ ସମ୍‌ୂର୍ଣ୍ଣ ସହଯୋଗର ହାତ ବଢେଇ ଥିଲେ । ତାଙ୍କ ପ୍ରଚେଷ୍ଟାରେ କଲେଜ ୧୯୯୦ ମସିହାରେ ଆରମ୍ଭ ହୋଇଥିଲା । ଏହା ସହିତ ଏହି ପରିସର ମଧ୍ୟରେ ୨୦୦୯ ମସିହାରେ +୩ କଳା ଆରମ୍ଭ ହୋଇଥିଲା । ପରିଚାଳନା ପାଇଁ ଏକ ଗଭର୍ଣ୍ଣଙ୍ଗି ବଡି ଗଠନ କରାଯିବା ସହ ଷ୍ଟାପଙ୍କ ଦରମା କଲେଜ ଉନ୍ନୟନ ଗଭର୍ଣ୍ଣିଙ୍ଗ ବଡି ଆଜି ପର୍ଯ୍ୟନ୍ତ ବୁଝି ଆସୁଛି । ସମୟ କ୍ରମେ +୨ କଲେଜ ଷ୍ଟାପ ୨୦୦୮ ପରଠୁ ପୂର୍ଣ୍ଣ କାଳୀନ କଲେଜ ମାନ୍ୟତା ପାଇ ସରକାରଙ୍କ ଠାରୁ ଦରମା ପାଉଛନ୍ତି । ଅତି ଦୁଃଖର ସହ  +୩ କଳା କଲେଜର ଜଣେ ଷ୍ଟାପ କୁହନ୍ତି ଦିର୍ଘ ୧୮ ବର୍ଷ ହେବ ଏଠାରେ କାମ କରିଆସୁଛନ୍ତି । ଶିକ୍ଷା ବର୍ଷର ନିତୀନିୟମ ଅନୁସାରେ ୫ ବର୍ଷ ଚାକିରି କଲେ ଦରମା ପାଇବା କଥା । ଏହା ସହିତ ୨୦୧୩ ମସିହା କଲେଜକୁ ଆସିଥିବା ସରକାରଙ୍କ ଚିଠି ଅନୁସାରେ କର୍ମରତ ଷ୍ଟାପଙ୍କୁ ଦରମା ଦବା ପାଇଁ ସୁବିଧା କରିଥିଲେ । ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ହୋଇପାରିନାହିଁ । ୩୦ ଜଣ ଷ୍ଟାପ ସହ, ୩୬୦ ଜଣ ଛାତ୍ରଛାତ୍ରୀ କଲେଜରେ ଅଧ୍ୟୟନ କରୁଥିବା ଖବର ଅଛି । କଲେଜର କିଛି ବିଲିଡିଂ କାମ ଚାଲିଥିବାରୁ ଦିର୍ଘ ୨ ବର୍ଷ ହେବ ଷ୍ଟାପ ଦରମା ନ ପାଇ ଥିବାରୁ, ଗଭର୍ଣ୍ଣିଙ୍ଗ ବଡି ଦରମା ପାଇଁ ଅକ୍ଷମତା ପ୍ରକାଶ କରିଥିବାରୁ ସେମାନଙ୍କ ଆଥିର୍କ କ୍ଷେତ୍ରରେ ହଇରାଣ ହେଉଛନ୍ତି । ଷ୍ଟାପ ଜଣଙ୍କ କହିବା କଥା, ଯଦି ନୂଆ ସରକାର କଲେଜକୁ ମାନ୍ୟତା ମିଳିବା ସହ, ଶକ୍ଟଙ୍ଖଗ୍ଧ ସଦ୍ଭଲକ୍ସବଗ୍ଦଗ୍ଧକ୍ସଙ୍କମଗ୍ଧଙ୍କକ୍ସର, ସେଇ ପରିସର ଭିତରେ +୨ କଲେଜ ଷ୍ଟାପଙ୍କ ପରି ଦରମା (ସମାନ କାମ ସମାନ ଦରମା) ମିଳିବା ତାଙ୍କ ବହୁଦିନର ସ୍ୱପ୍ନ, ଆଶା, ପୂର୍ଣ୍ଣ ହେବାସହ, ଏହି ଅଞ୍ଚଳ ଲୋକଙ୍କ କଲେଜ ପ୍ରତି ଆସ୍ଥା ପ୍ରକଟ ହୁଅନ୍ତା । ଯଦି ଏ ସବୁ ନ ହୁଏ ତାହେଲେ ୩୦ ଜଣ ଷ୍ଟାପଙ୍କ ପରିବାରବର୍ଗ ଅନ୍ଧାରକୁ ଚାଲିଯିବେ ବୋଲି ଅତି ଦୁଃଖର ସହ କୁହନ୍ତି । ଦେଖିବାର କଥା ରହିଲା ଏ +୩ କଲେଜ ପ୍ରତି ସରକାରଙ୍କ କେବେ ଧ୍ୟାନ ପଢୁଛି ।