ବଜ୍ରାଘାତରେ ଫାଟିଲା ଘର ଛାତ; ପୋଡ଼ିଲା ନଡିଆ ଗଛ

 ।ା ପ୍ରଭାନୁ୍ୟଜ ।ା ଧର୍ମଶାଳା :  ସୋମବାର ଅପରାହ୍ନ ୨ଟା ସମୟରେ ଧର୍ମଶାଳା ଅଂଚଳରେ ବଜ୍ରପାତ ସହ ବର୍ଷା ହୋଇଥିଲା । ବଜ୍ରପାତରେ ଜାରକା ପଞ୍ଚାୟତ ଉତରଶାସନ ଗ୍ରାମର ଅଶୋକ ବେହେରାଙ୍କ କୋଠାଘର ଛାତ ଫାଟିଯିବା ସହ ନଡିଆ ଗଛ ପୋଡିଯାଇଛି । ଏଥିସହ ତାଙ୍କ ଘରର ବିଦୁ୍ୟତ ତାର ପୋଡିଯାଇଥିଲା । ସୌଭାଗ୍ୟ ବସତ ଏହି ସମୟରେ ଘରେ କେହି ନଥିବା ଯୋଗୁଁ କାହାର କିଛି କ୍ଷତି ଘଟିନାହିଁ । ସେହିପରି ଏହିଗ୍ରାମର ଜାନକୀ ବଲ୍ଲବ ବେହେରାଙ୍କ ବାଡିରେ ଥିବା ନଡିଆ ଗଛରେ ବଜ୍ରଘାତ ହେବା ଯୋଗୁଁ ନଡିଆ ଗଛ ପୋଡିଯାଇଛି ।