ବଧିବାମନ ପୀଠରେ ଭାଗବତ ପାରାୟଣ

 ।ା ପ୍ରଭାନୁ୍ୟଜ ।ା ସିଂହପୁର: ବିଞ୍ଝାରପୁର ବ୍ଲକ ମାଁସଡା ପଞ୍ଚାୟତ ଗୁମ୍ଫାଛକ ସ୍ଥିତ ଦଧିବାମନ ପିଠରେ ଭାଗବତ ପରାୟଣ ଆରମ୍ଭ ହୋଇଛି । ଶୁକ୍ରବାର ପ୍ରତୁ୍ୟଷରୁ କଳସ ଯାତ୍ରା, ସୂର୍ଯ୍ୟପୂଜା, ପିଠାଧିଶ ଶ୍ରୀଦଧିବାମନଜୀଉଙ୍କର ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ, ଶ୍ରୋତାମାନଙ୍କୁ ବରଣ କରାଯାଇ ପରାୟଣ ଆରମ୍ଭ କରାଯାଇଥିଲା । ପିଠର ମୂଖ୍ୟ ପୂଜକ ପର୍ଶୁରାମ ପଣ୍ଡା ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଭିମନୁ୍ୟ ପଣ୍ଡା.ଭକ୍ତହରି ପଣ୍ଡା ପ୍ରମୁଖଙ୍କ ଦ୍ୱାରା ପରାୟଣ କାର୍ଯ୍ୟକ୍ରମ ହେଉଥିଲା ବେଳେ ଭାଗବତ ପରୟଣ ସ୍ଥାନିୟ ଅଞ୍ଚଳରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ଭାରବଡ ପରାୟଣ ଶ୍ରବଣ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ସପ୍ତାହବ୍ୟାପି ଚାଲିବବୋଲି ସୂଚନା ମିଳିଛି । କାର୍ଯ୍ୟକ୍ରମକୁ ଦୁର୍ଗାଚରଣ ନାୟକ, ମୀନାରାଣୀ ନାୟକ ପରିଚାଳନା କରୁଥିଲା ବେଳେ ମାଁସଡା ଗ୍ରାମର ବହୁ ଶ୍ରଦ୍ଧାଳୁ ପରିଚାଳନାରେ ସହଯୋଗ କରୁଛନ୍ତି ।