ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ପ୍ରତିଯୋଗିତା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ୍ ବଡ଼ ନପଙ୍ଗ ଯାତ୍ରା ପଡିଆଠାରେ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ବ୍ଲକ୍ ପ୍ରଶାସନର ଅମଲା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗଣମାଧ୍ୟମ ପ୍ରତିନିଧିମାନେ ନିର୍ଦ୍ଧାରିତ ୬ ଓଭର ଖେଳି ୩୯ ରନ୍ ସଂଗ୍ରହ କରିଥିବା ବେଳେ ଅମଲା କର୍ମଚାରୀମାନେ ୪ ଓଭର ଖେଳି ୪୦ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ ।