ବନ୍ଧୁମିଳନ ଓ ଗୁରୁ ପୂଜନ

 ରାଜକନିକା : ରାଜକନିକା ସରକାରୀ ବାଳିକା ହାଇସ୍କୁଲରେ ୧୯୯୨ ମସିହା ବ୍ୟାଚର ଛାତ୍ରୀଙ୍କ ବନ୍ଧୁମିଳନ, ଗୁରୁ ପୂଜନ ଓ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ବନ୍ଧୁମିଳନରେ ୧୯୯୨ ମସିହା ସମସ୍ତ ଛାତ୍ରୀ ଏକତ୍ରିତ ହୋଇ ସେ କାଳର ଗୁରୁଜୀ ବିଚିତ୍ର ବେହେରା, ପ୍ରଫୁଲ୍ଲ ମାହୁନ୍ତ ଓ ଗୁରୁମା ଲତିକାମଞ୍ଜରୀ ଦାସ, ବିଷ୍ଣୁପ୍ରିୟା ଖଟୁଆଙ୍କ ସହିତ ପ୍ରଧାନଶିକ୍ଷକ ଧର୍ମଜ୍ୟୋତି ରାଉତଙ୍କୁ ଆମତ୍ରଣ କରି ପୁଷ୍ପଗୁଛ ଓ ଉପଢୌକଣ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍କୁଲ ପରିସରରେ ବୃକ୍ଷ୍ୟ ରୋପଣ କରାଯାଇଥିଲା । ଏହି ବନ୍ଧୁମିଳନ ଉତ୍ସବରେ ଧରିତ୍ରୀ ସ୍ୱାଇଁ, ରଶ୍ମୀପ୍ରଭା ଦାସ, ଅର୍ଚ୍ଚନା ବେହେରା, ସୁନିତା ବିଶ୍ୱ, ସାବିତ୍ରୀ ମଲ୍ଲିକ, ପ୍ରମୋଦିନୀ ବିଶ୍ୱାଳ, ରଶ୍ମିତା ଦାସ, ସବିତା ନାୟକ, ଉତ୍ତମା ବିଶ୍ୱାଳ, ତିଳୋତମା ବିଶ୍ୱାଳ, ଡ. ସୁଜାତା ନାୟକ, ଡ. ସ୍ମୃତି ସ୍ୱାଗତିକା ବାରିକ ପ୍ରମୁଖ ଯୋଗ ଦେଇଥିଲେ ।