ବନ୍ୟା ପ୍ରଭାବିତ ଅଞ୍ଚଳରେ କଂଗ୍ରେସ ନେତା
ରାଜନଗର : ରାଜନଗର ବ୍ଲକରେ ତୃତୀୟ ଥର ବନ୍ୟା ଆସିବା ଫଳରେ ୪ପଞ୍ଚାୟତ ପ୍ରଭାବିତ ହୋଇଛି । କଂଗ୍ରେସର ନେତୃବୃନ୍ଦ ବନ୍ୟା ପ୍ରବାହିତ ଗାଁକୁ ଯାଇ ଲୋକମାନଙ୍କ ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ପାଣି ଘେରରେ ଦୀର୍ଘ ଦିନ ଥିବା ବେଳେ ସାଧାରଣ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତଙ୍କ ପାଖରେ ଏପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଶୁଖିଲା ଖାଦ୍ୟ, ପିଇବା ପାଣି, ଗୋରୁ ଗାଈଗୋରୁ ମାନଙ୍କ ପାଇଁ ଗୋଖାଦ୍ୟ ପହଞ୍ଚି ନାହିଁ । ବନ୍ୟା ପାଣି ଘେରରେ ଥିବା ବିପନ୍ନଙ୍କୁ କୁମ୍ଭୀର ଦାଉରୁ ସୁରକ୍ଷା ଦେବା ସହ ଗମନାଗମନ ପାଇଁ ଡିଙ୍ଗିର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।