ବାରଣାସୀ ଏନ୍ଏସ୍ଡିରେ ଶୁଭମ
ସମ୍ବଲପୁର : ସମ୍ବଲପୁରର ଯୁବ ଅଭିନେତା ଶୁଭମ ମେହେର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନ୍ଏସ୍ଡି) ବାରଣାସିରେ ଅଧ୍ୟୟନ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସ୍ଥାନୀୟ ବଡବଜାର ନିବାସୀ ପ୍ରଦୀପ ମେହେର ଏବଂ ଗୀତାଞ୍ଜଳି ମେହେରଙ୍କ ସନ୍ତାନ ଶୁଭମ ନିଜ କଳା ଏବଂ ପ୍ରତିଭା ବଳରେ ଏନ୍ଏସ୍ଡିରେ ଚୟନ ହୋଇଛନ୍ତି । ନାଟ୍ୟ ନିଦେ୍ର୍ଦଶକ ଅତିଶ ଶତପଥିଙ୍କ ମାର୍ଗ ଦର୍ଶନ ଓ ପ୍ରୋତ୍ସାହନରେ ସେ ଅଦୃଶ୍ୟ ନାଟ୍ୟ ଆଶ୍ରମରେ କଳା ଜଗତକୁ ପଦାର୍ପଣ କରିଥିଲେ । ଦେବାନନ୍ଦ ରାଉତଙ୍କ ନିଦେ୍ର୍ଦଶନାରେ ୨୦୦୮ରେ ସେ ପ୍ରଥମ ନାଟକ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ଶୁଭମ ୨୦୧୧ରୁ ଅଦ୍ୟାବଧି ଅଦୃଶ୍ୟ ନାଟ୍ୟ ଆଶ୍ରମ ରେ ଅଭିନେତା ଭାବେ କାର୍ଯ୍ୟରତ । ନିଜ ଚମକୃତ ଅଭିନୟ ମାଧ୍ୟମରେ ସେ ଅନେକ ନାଟକରେ ପାର୍ଶ୍ୱ ଅଭିନେତା ଭାବରେ କଳା ପ୍ରଦର୍ଶନ ପରେ ତରଙ୍ଗ ବିଗ ବ୍ରେକ-୨୦୨୨, ସଂସ୍କରଣ ରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନରେ ସଫଳତା ଅର୍ଜନ କରିଥିଲେ । ୨୦୨୫ ରେ ମନୋନୀତ ହୋଇ ଗୌରବ ଆଣିଛନ୍ତି ବୋଲି ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ କୁହାଯାଇଛି ।