ବାଲ୍ୟବିବାହ ରୋକିବା ପାଇଁ ସଚେତନତା

 ରାଜନଗର: ରାଜନଗର ଥାନା ପରିସରରେ ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡବ୍ଲୁସିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର, ଏଲଓପି ବିବେକାନନ୍ଦ ଅଟୋବୁଦ୍ଧ. ରାଜନଗର ଥାନାଧିକାରୀ ନରେଶକୁମାର ସାହୁ, ଚାଇଲ୍ଡଲାଇନ୍ ସଦସ୍ୟ ରବିନ୍ଦ୍ର ମହାନ୍ତି ଓ ମୋନାଲିସା ଦଣ୍ଡପାଟ୍ଟ ଯୋଗଦେଇ ବାଲ୍ୟ ବିବାହର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବାଲ୍ୟବିବାହ ଦ୍ୱାରା ସମାଜ ଉପରେ ପଡୁଥିବା କୁପ୍ରଭାବ ଓ କୁପରିଣାମ ସଂପର୍କରେ ମତାମତ ପ୍ରଦାନ କରିଥିଲେ । ବାଲ୍ୟ ବିବାହ ରୋକିବାକୁ ବିଭିନ୍ନ ମନ୍ଦିରର ପୂଜକ, ବିବାହରେ ସହଯୋଗ କରୁଥିବା ବାରିକ ଓ କିଛି ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସହ ଅଙ୍ଗନୱାଡି ସୁପରଭାଇଜର ଓ କର୍ମୀମାନେ ଉପସ୍ଥିତ ଥିଲେ ।