ବିଜେପିର ଆମ୍ବେଦକର ସମ୍ମାନ ଅଭିଯାନ 

କେନ୍ଦ୍ରାପଡା : ବିଜେପି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଭାରତରତ୍ନ ସମ୍ବିଧାନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକର ସମ୍ମାନ ଅଭିଯାନ ପୌରସଂସ୍ଥା ଟଉନ ହଲ୍ରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ନଦିଆ ଏମ୍ପି ଜଗନ୍ନାଥ ସରକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ଯାଜପୁର ସାଂସଦ ରବି ନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଲଳିତ ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବୈଦନାଥ ଚାଟାର୍ଜୀ, ଡ. କଳ୍ପନା ମଲିକ, ଜିଲ୍ଲା ସଧାରଣ ସମ୍ପାଦକ ଉପୀନ ରାଉତ, ଆମ୍ବେଦକର କମିଟି ସଭାପତି ସୁଧିର ମଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଡ. ଆମ୍ବେଦକରଙ୍କ ଭଳି ଜଣେ ଅତ୍ୟନ୍ତ ବିଜ୍ଞ ବ୍ୟକ୍ତିଙ୍କୁ ନିର୍ବାଚନ ରେ ହରାଇବା ପାଇଁ କଂଗ୍ରେସ ସମସ୍ତ ପ୍ରକାର ଷଡଯନ୍ତ୍ର କରିଥିଲା ବୋଲି ମତବ୍ୟକ୍ତ କରିଥିଲେ ।