ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ
କେନ୍ଦ୍ରାପଡ଼ା,: କେନ୍ଦ୍ରାପଡା ଜିଲ୍ଲା ବିଜେପି ଶାଖାର ୬ନଂ ଜୋନର କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଯୋଜକ ଉପୀନ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯୟକ୍ରମ ରେ ୨୦୨୪ ନିର୍ବାଚନରେ କାର୍ଯ୍ୟକର୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଗାଁରେ ବୁଲି ବୁଲି ଛକ ମାନଙ୍କରେ ପହଁଚି ଭାରତୀୟ ଜନତା ପାର୍ଟିର ପ୍ରଚାର କରିବାରେ କେନ୍ଦ୍ରାପଡା ଜିଲ୍ଲା ୬ନଂ ଜୋନ ଏହି ନିର୍ବାଚନରେ ଆଗଧାଡି ର ସୈନିକ ଭାବରେ ପରିଣତ ହୋଇଛି । ଏହି ସଭାରେ ମୋଦୀ ଗ୍ୟାରେଣ୍ଟି, ଆପକି ବାର ୪୦୦ ପାର ର ନାରା ମୋଦୀଜୀଙ୍କ ବିକାଶ ଧାରାକୁ ଆଗକୁ ନେବା ସହ ଓଡିଶା ଓ କେନ୍ଦ୍ରାପଡା କୁ ସିଧା ସଳଖ ଯୋଡିବା ନିମନ୍ତେ ଆମେ ସମସ୍ତେ ଯୋଧ୍ୟା ଭାବରେ ଆଗକୁ ବାହାରି ବିଜେପି ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ପାଇଁ କାର୍ଯ୍ୟ କରିବା ବୋଲି ଅତିଥିମାନେ କହିଥିଲେ । ଏହି ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ବୈଦନାଥ ଚାଟାର୍ଜୀ, ଗୀତାଞ୍ଜଳୀ ସେଠୀ, ସୁନାକର ବେହେରା, ଅଭିମନୁ୍ୟ ଗୋଛାୟତ, ସଚ୍ଚିଦାନନ୍ଦ ବେହେରା, ନେହେରୁ ସାହୁଙ୍କ ସହ ବୁଥର ସଭାପତି, ଉପ ସଭାପତି ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।