ବିଜେପିର ବିଜୟ ଉତ୍ସବ ପାଳନ
ଉମରକୋଟ : ଉମରକୋଟରେ ବିଜେପିର ବିଜୟ ଉତ୍ସବ ପାଳନ ହୋଇଯାଇଛି । ବର୍ଷ ୨୦୨୫ ଦିଲ୍ଲୀ ବିଧାନସଭା ଆସନରେ ବିଜେପି ୪୮ ଟି ସିଟ୍ ହାସଲକରି ଏକ ଐତିହାସିକ ବିଜୟ ପ୍ରାପ୍ତ କରିଛି । ଦିଲ୍ଲୀ ବିଜେପି ପାର୍ଟି ମୂଖ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ବାସିଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଦିଲ୍ଲୀବାସୀ ତୁଷ୍ଟିକରଣ ନାହିଁ ସନ୍ତୁଷ୍ଟି କରଣ ବାଛିଛନ୍ତି । ଡବଲ୍ ଇଞ୍ଜିନ୍ ସରକାର କୁ ବାଛିଛନ୍ତି । ଏହି ପରିପ୍ରେକ୍ଷୀରେ ଉମରକୋଟ ବିଜେପିର ସମସ୍ତ କାର୍ଯ୍ୟକର୍ତା କାର୍ଯ୍ୟାଳୟରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏକ ରେଲି ମାଧ୍ୟମରେ ବାହାରି ବିଜେପି ର ବିଜୟ ନାରା ଦେଇ ଲୋକଙ୍କୁ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଥିଲେ । ଏଥିରେ ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପାଢୀ, ଜିଲ୍ଲା ସମ୍ପାଦକ ରାମ ନାୟକ, ଜିଲ୍ଲା ମହିଳା ସମ୍ପାଦିକା ମନ୍ଦିରା ନାୟକ, ନଗର ସଭାପତି ଗୋପୀନାଥ ସାହୁ, ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଯୁବ ନେତା ମିଲୁ ପଣ୍ଡା, ଟିଙ୍କୁ ଭାଇ, ରମେଶ ଦାସ, ସନ୍ତୋଷ ଶର୍ମା, ଦୁକାଲୁ ମେହେର, ପ୍ରଦୀପ ମିଶ୍ର, ନିତୁ ଗଣ୍ଡ, ରାମ ଗଣ୍ଡ, ପ୍ରମୁଖ ବହୁତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିପରି ନବରଙ୍ଗପୁରରେ ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ନେତୃତ୍ୱରେ ବିଜୟ ଉତ୍ସବ ଶତାଧିକ କର୍ମୀ ଓ ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସଙ୍କ ଉପସ୍ଥିତରେ ପାଳିତ ହୋଇଯାଇଛି ।