ବିଜେପିର ସ୍ମୃତିଚାରଣ ସଭା 

 ନିଆଳି : ନିଆଳି ବ୍ଲକ୍ ଦେବୀ କନ୍ଦଳ ଦ୍ୱୀପାଞ୍ଚଳର ବରିଷ୍ଠ ବିଜେପି କର୍ମୀ ସ୍ୱର୍ଗତ ଅନ୍ତର୍ଯ୍ୟାମୀ ମହାପାତ୍ର (ଅନୁ)ଙ୍କ ଅକାଳ ବିୟୋଗରେ ବିଜେପି ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି  । କସର୍ଦା ଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ରାଣୀଓଳାର ପ୍ରାକ୍ତନ ସରପଞ୍ଚ ସରୋଜ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ସମାଜସେବୀ ରଜନୀକାନ୍ତ ମହାପାତ୍ର ସ୍ୱର୍ଗତ ଅନ୍ତର୍ଯ୍ୟାମୀଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ସମ୍ପର୍କରେ ବର୍ଣ୍ଣନା କରିଥିଲେ  । ଏଥିରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ ମହାନ୍ତି, ମଧୁସୂଦନ ମହାପାତ୍ର ଓ ଯୁବ ସଙ୍ଗଠକ ଅତୁଲ୍ୟ ପାଢୀ ପ୍ରମୁଖ ଯୋଗ ଦେଇଥିଲେ  । ଏହି ଅବସରରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ପହେଲଗାମ ଆକ୍ରମଣର ମୃତକଙ୍କ ମୋକ୍ଷପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା  । ଏହି ସଭାରେ ମଣ୍ଡଳ ମହିଳା ମୋର୍ଚ୍ଚା ନେତ୍ରୀ ମାନୁ ଅପା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଳତଳଙ୍ଗ ରାମଚନ୍ଦ୍ର ମହାରଣାଙ୍କ ଦଳ ପକ୍ଷରୁ ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲା  ।