ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ଦଶରଥପୁର : ଦଶରଥପୁର ବ୍ଲକ୍ ବିହାରୀ ପଂଚାୟତ ନାହାପଡ଼ା ଗ୍ରାମରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଦଶରଥପୁର ଥାନାରେ ଅଭିଯୋଗ ହୋଇଛି ।
ଗ୍ରାମର ତିଳୋତମା ମଲ୍ଲିକଙ୍କ ଅଭିଯୋଗ କ୍ରମେ ତାଙ୍କ ସ୍ୱାମୀ ଓ ଦିଅରକୁ ଗ୍ରାମରେ ଅନୁଷ୍ଠିତ ଏକ କୀର୍ତନ ନିମନ୍ତ୍ରଣକୁ ନେଇ ସଂଘବଦ୍ଧଭାବେ ସରପଂଚଙ୍କ ସ୍ୱାମୀଙ୍କ ନେତୃତ୍ୱରେ ଆକ୍ରମଣ କରାଯାଇଛଇ । ଏତଲା କ୍ରମେ ଗତ ଦୁଇଦିନ ତଳେ ଗ୍ରାମର କଳିଙ୍ଗ ମଲ୍ଲିକ ଓ ନିହାର ମଲ୍ଲିକ ଗ୍ରାମ କମିଟିର ନିଷ୍ପତି ଅନୁଯାୟୀ ଗ୍ରାମ କୀର୍ତନକୁ ବିଜେପି ନେତା ଓ କର୍ମୀଙ୍କୁ ନିମନ୍ତ୍ରଣ କରିଥିଲେ ।ନିମନ୍ତ୍ରଣକୁ ନେଇ ପଂଚାୟତର ବିଜେଡ଼ି ସରପଂଚ ଇନ୍ଦୁମତୀ ଦାସଙ୍କ ପ୍ରତିନିଧି ସଞ୍ଜୟ ଉତ୍କ୍ଷୀପ୍ତ ହୋଇ ନିମନ୍ତ୍ରଣ କରିଥିବା ନିହାରଙ୍କୁ ଗାଳିଗୁଲଜ କରିଥିଲେ । ପରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ କୀର୍ତନ ସ୍ଥଳରେ ବଚସା ହୋଇଥିଲା । ତେବେ ମଙ୍ଗଳବାର ନିହାର ଯାଜପୁରରୁ ଘରକୁ ଫେରୁଥିବା ବେଳେ ସରପଂଚଙ୍କ ପ୍ରତିନିଧି ସଞ୍ଜୟ ଦାସ ତାଙ୍କ ଭାଇ ରାଜେନ୍ଦ୍ର, ଭଣଜା ଦୀପୁନା କୌଣସି କାରଣ ନଥାଇ ନିହାରଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଆକ୍ରମଣକୁ ଦେଖୁଥିବା ଭାଉଜ ଆକ୍ରମଣକାରୀଙ୍କ କବଳରୁ ନିଜ ଦିଅରକୁ ବଂଚାଇବାକୁ ଚେଷ୍ଟା କରୁଥିବାବେଳେ ଆକ୍ରମଣକାରୀ ତିଳୋତମାକୁ ଘୋଷଡ଼ି ତଳେ ପକାଇ ଦେଇଥିଲେ ।
ପରେ ତାଙ୍କ ସ୍ୱାମୀ କଳିଙ୍କ ମଲ୍ଲିକ ଆସି ନିଜ ସ୍ତ୍ରୀକୁ ବଂଚାଇବାକୁ ଚେଷ୍ଟା କରୁଥିବାବେଳେ ଆକ୍ରମନକାରୀ ମଧ୍ୟ ତାଙ୍କୁ ଛାଡ଼ିନଥିଲେ । ପରେ ଏହି ଘଟଣାକୁ ନେଇ ତିଳୋତମାଙ୍କ ପକ୍ଷରୁ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।