ବିନୋରୀ ସଙ୍ଗୀତ ୱେଲଫେୟାର କାର୍ଯ୍ୟକ୍ରମ ଅନୁଷ୍ଠିତ


 ବୈଶିଙ୍ଗା : ଓଡିଆ ଭାଷା ସଂସ୍କୃତି ଓ ପରମ୍ପରାର ଅସ୍ମିତା ରାଜ୍ୟ ଓ ରାଜ୍ୟ ବାହାରେ ନିଜର ଏକ ଛାପ ସୃଷ୍ଟି କରିପାରିଛି । ବୈଶିଙ୍ଗା ସ୍ଥିତ ବିନୋରୀ ସଙ୍ଗୀତ ଏକାଡେମୀ ତରଫରୁ କଳାକାରମାନେ ପଶ୍ଚିମବଙ୍ଗର କୋଲକାତାର ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ନୀଳଚକ୍ର ଅନୁଷ୍ଠାନର ମହାବିଷୁବ ମିଳନ ସମାରୋହରେ ଯୋଗଦେଇ ନିଜର ଝଲକ ଦେଖାଇଥିଲେ । ନୀଳଚକ୍ର ଅନୁଷ୍ଠାନକୁ ଉଜ୍ଜୀବୀତ କରିବାପାଇଁ ବହୁ ମହା ମନିଷୀମାନେ ଓଡିଆ ଅସ୍ମିତାକୁ ବିଭିନ୍ନ୍ କାର୍ଯ୍ୟକ୍ରମ ମାଧ୍ୟମରେ ବଞ୍ଚାଇ ରଖିପାରିଛନ୍ତି । ଗବେଷକ କୃଷ୍ଣଚନ୍ଦ୍ର ଭୂୟାଁ, ସଂସ୍କୃତି ବିଶେଷଜ୍ଞ ଲକ୍ଷ୍ମୀନାରାୟଣ ମଲ୍ଲିକ, ହୋମିଓପାଥି ଡ. ଓମ୍ବ ପ୍ରୀୟ ଦାସ, ଗ୍ରନ୍ଥାଗାର ମୂଖ୍ୟ ସାଫଲ୍ୟ ନନ୍ଦି ପ୍ରମୂଖ ବିଶିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇ ଓଡିଆ କଳା, ସଂସ୍କୃତି, ଐତିହ୍ୟକୁ ବଞ୍ଚାଇ ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ପାଲଟି ଥିଲା ମୟୂରଭଞ୍ଜ ଜିଲ୍ଲାର ବିନୋରୀ ୱେଲଫେୟାର ଅର୍ଗାନାଇଜେସନର ଲୋକନୃତ୍ୟ ସମ୍ବଲପୁରୀ କଳା ପରିବେଷଣ । ବିନୋରୀ ଏକାଡେମୀର ମୂଖ୍ୟ ରାଜେନ୍ଦ୍ର ବିନ୍ଧାଣୀ କୁହନ୍ତି ରାଜ୍ୟ ବାହାରେ କୋଲକାତା ଭଳି ସହରରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ସ୍ଥାପିତ ନୀଳଚକ୍ର ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଭବିଷ୍ୟତରେ ବଞ୍ଚି ରହିଥାଉ ବୋଲି ଅତିଥିମାନେ କହିଥିଲେ ।