ବିପଦପୂର୍ଣ୍ଣ ଖରସ୍ରୋତା ନଦୀ : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ବିପଦପୂର୍ଣ୍ଣ ଖରସ୍ରୋତା ନଦୀ : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ବିଞ୍ଝାରପୁର : ଖରସ୍ରୋତାରେ ବୁଲୁଛନ୍ତି ମାଳମାଳ କୁମ୍ଭୀର । ବନବିଭାଗ ଓ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନଦୀକୁ ନଯିବା ପାଇଁ କଢ଼ା ନିର୍ଦ୍ଦେଶ, ସଚେତନ ସହ ବାରଣ ରହିଥିବା ବେଳେ ଏହାକୁ ମନୁନାହାନ୍ତି ଜନ ସାଧାରଣ । କିଛି ଦିନ ପୂର୍ବେ କନ୍ତିଆ ଠାରେ ଜଣେ ମହିଳା ଶୌଚଯିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ବେଳେ କୁମ୍ଭୀରଟି ମହିଳା ଜଣଙ୍କୁ ଟାଣି ବୁଡାଇ ମାରିଥିବାର ଘଟଣା ଆଖିରୁ ଲିଭିନି । କଲ୍ୟାଣପୁର ପଞ୍ଚାୟତ ସମଲପୁର ଶନି ମନ୍ଦୀର ନଦୀ ଛନ୍ଦାରେ ଗାଁର ଚିନ୍ତାମଣି ବେହେରା ଗାଧୋଉଥିବା ବେଳେ ହଟାତ୍‌ କୁମ୍ଭୀରଟି ଚିନ୍ତାମଣିଙ୍କ ପାଖରେ ଉଠିଥିଲା । ଯାହାକୁ ଦେଖି ଚିନ୍ତାମଣି ଭୟରେ ଉପରକୁ ଦୌଡ଼ି ଆସି ଭୟରେ ପାଟି କରିବାରୁ ଗ୍ରାମବାସୀ ପହଁଚି କୁମ୍ଭୀରଟିକୁ ଦେଖିଥିଲେ ଓ ବନବିଭାଗ ଓ ପୁଲିସକୁ ଖବର ଦେଇଥିଲେ । ଅଞ୍ଚଳବାସୀଙ୍କ କହିବା କଥା ନଦୀରେ ଗୋଟାଏ ନୁହେଁ ପୁଳାପୂଳା କୁମ୍ଭୀର ବୁଲୁଥିବାର ନଜରକୁ ଆସୁଛି । ଅପର ପକ୍ଷରେ ବନବିଭାଗ ଓ ପୁଲିସ ପକ୍ଷରୁ ନଦୀକୁ ବାରଣ ସତ୍ୱେ ଲୋକ୍‌ ମାନେ ମାନୁ ନଥିବା ବନ ବିଭାଗ ଅଧିକାରୀ କହୁଥିବା ବେଳେ ଅନେକ ଲୋକ ନଦୀ କଡରେ ଏବେ ବି ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରି ନିର୍ଭୟରେ ମାଛ ଧରିବା ସହ ଗାଧୋଉଛନ୍ତି । ଯାହାକୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟି ଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହେଉଥିବା କହିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ବିଞ୍ଝାରପୁର ବ୍ଳକ୍‌ ତାଉଁନ୍ତରା ଠାରେ ଥିବା ବ୍ଳକ୍‌ ବନ ବିଭାଗରେ ଜଣେ ମହିଳା କର୍ମଚାରି ଥିବା ବେଳେ ବିଞ୍ଝାରପୁର ସମେତ ବରୀ ଦୁଇଟି ବ୍ଳକ୍‌ର ଦାୟିତ୍ୱ ନେଇଥିବା ବେଳେ ଅଫିସରେ ପ୍ରାୟ ସମୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ।