ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାରସକଣା: ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ନିଷ୍ପତି ମୁତାବକ ଏବେ ସମଗ୍ର ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସାରସକଣା ବ୍ଲକ ଶୀର୍ଷା ପଞ୍ଚାୟତ ସ୍ଥିତ ଶୀର୍ଷା ସରକାରୀ ଉଚ୍ଚÿ ବିଦ୍ୟାଳୟ ସଭାଗୃହରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସୁବର୍ଣ୍ଣରେଖା ଜଳସେଚନ ଏକ ନମ୍ବର ବିଭାଜନ ଝାରପୋଖରୀଆ ଶାଖା ଦ୍ୱାରା ପରମ୍ପାରିକ ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣରେଖା ଜଳସେଚନ ପକଳ୍ପ ଝାରପୋଖରୀଆ ଶାଖା ଅଧିକାରୀ ସୁରେଶ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବେତନଟି ସୁବର୍ଣ୍ଣରେଖା କେନାଲ ଅଧିକ୍ଷକ ଯନ୍ତ୍ରୀ ମାନସ ରଞ୍ଜନ ମଣ୍ଡଳ ଯୋଗ ଦେଇଥିଲେ । ସେହିପରି ସମ୍ମାନନୀୟ ଅତିଥି ଭାବେ ସରସକଣା ଅତିରିକ୍ତ ବିଇଓ ସୁମନ୍ତ କୁମାର ନାଏକ, ଶୀର୍ଷା ଉଚ୍ଚÿ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାଳିକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ପଞ୍ଚାୟତର ଏକାଧିକ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମେଗା ଲିଫ୍ଟ ପ୍ରକଳ୍ପଗୁଡିକ ଅଧିନରେ ପାଣି ପଞ୍ଚାୟତ ଯୋଜନା ଗଠନ କରାଯାଇଛି  । ପାଣି ପଞ୍ଚାୟତଗୁଡିକର କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବା ପାଇଁ ସୂଚନା ଓ ପ୍ରଯୁକ୍ତି ଆଧାରରେ ଇ-କାଡ୍ ଭଳି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପଦକ୍ଷେପକୁ ଆହୁରି ଆଗକୁ ନେବା ଓ ସମସ୍ତଙ୍କ ମଧ୍ୟରେ ପାଣି ପଞ୍ଚାୟତର ଗୁରୁତ୍ୱ ଦେଇ ସଚେତନତା ବୃଦ୍ଧି କରିବା ଉଦେ୍ଦଶ୍ୟରେ ସୂଚିତ କରାଯାଇଛି  ।