ବିଭିନ୍ନ ସ୍ଥାନରେ ଉକôଳ ଦିବସ ପାଳିତ
ନବରଙ୍ଗପୁର : ସ୍ଥାନୀୟ ମେଦ୍ରିସାହି ସ୍ଥିତ ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିରରେ ଉକôଳ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଛୋଟ ଛୋଟ ଶିଶୁ ଭାଇ ଭଉଣୀ ମାନେ ଗୋପବନ୍ଧୁ, ଉକôଳ ମାତା, ବାଜିରାଉତ, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଦେବ,ମଧୁବାବୁ, ବିର୍ସାମୁଣ୍ଡା, ସୁଭାଷ ଚନ୍ଦ୍ର ବୋଷ, ସହିଦ୍ ଲକ୍ଷ୍ମଣ ନାୟକଙ୍କ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ । ବିଶେଷ କରି ବିଦ୍ୟାଳୟର ଘୋଷ୍ ବାଦ୍ୟ ସମସ୍ତଙ୍କ ଚିର୍ତ୍ତାକର୍ଷକ କେନ୍ଦ୍ର ଥିଲା । ସହରର ସମସ୍ତ ବୁଦ୍ଧିଜିବୀ,ଅଭିଭାବକ ଦର୍ଶକ ଘୋଷ ବଦ୍ୟକୁ ପ୍ରଶଂସା କରିଥିଲେ । ପ୍ରଥମରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଜିଲ୍ଲାପାଳ ଡ଼ଃ ଶୁଭକାନ୍ତ ମହାପାତ୍ର,ବିଧାୟକ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଉକôଳ ଦିବସର ମହତ୍ତ୍ୱ ଉପରେ ବୁଝାଇଥିଲେ । ପରେ ପରେ ସମବେତ କଣ୍ଠରେ ବନେ୍ଦ ଉକôଳଜନନୀ ସଙ୍ଗୀତ ଗାନ କରିଥିଲେ । ପ୍ରଧାନ ଗୁରୁଜୀ ରବିଶଙ୍କର ସାହୁ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତତତ୍ପରେ ରାଜା ଚୈତନ୍ୟ ଦେବ ହାଇସ୍କୁଲ, ଗାନ୍ଧୀଛକ,, ଶାସ୍ତ୍ରୀଛକ, ମଧୁବାବୁ ଛକ ଓ ସୁବାଷ ମାର୍ଗରେ ଥିବା ଓଡ଼ିଶାର ବୀରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଛୋଟ ଛୋଟ ଶିଶୁ ଭାଇ ଭଉଣୀ ମାନେ ବିଭିନ୍ନ ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ । ପ୍ରଧାନ ଗୁରୁଜୀ ରବିଶଙ୍କର ସାହୁ, ବ୍ରଜ କିଶୋର ଓ ଗୁରୁମା ସୁନୀତା, ମିନାକ୍ଷୀ, ପ୍ରିୟଙ୍କା,ଅନୁ, ସୁମିତା, ଚଞ୍ଚଳା, ଜ୍ୟୋତି, କବିତା, ଶୁଭଶ୍ରୀ ସମବେତ ହୋଇ ସାହାର୍ଯ୍ୟ ଓ ସହଯୋଗ କରିଥିଲେ ।
ବଲାଙ୍ଗିର: ବଲାଙ୍ଗିର ପୃଥୀରାଜ ହାଇସ୍କୁଲ ହଲ୍ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଛି । ଜିଲାପାଳ ଗୌରୱ ଶୀୱାଜୀ ଇସଲୱାର ମୁଖ୍ୟ ଅତିଥ୍ୟ ଭାବେ ଯୋଗଦେଇ ବରପୁତ୍ରମାନଙ୍କ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉସôବର ଶୁଭାରମ୍ଭ କରିଥିଲେ । ଆମେ ସବୁ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିବା ଭଲ । କିନ୍ତୁ ନିଜ ମାତୃଭାଷା' ଓଡ଼ିଆକୁ ଭଲ ପାଇବା ତଥା ତାର ସୁରକ୍ଷା ଓ ବିକାଶ ଦିଗରେ ଚେଷ୍ଟା କରିବା ବିଧେୟ ବୋଲି ମୁଖ୍ୟଅତିଥି କହିଥିଲେ । ଆଗାମୀ ଦିନରେ ଓଡିଆ ପକ୍ଷ ପାଳନ ନିମନ୍ତେ ସମସ୍ତେ ଆଗଭର ହେବା ଉଚିତ ଏବଂ ପ୍ରଶାସନ ଏହାକୁ ମହାଆଡମ୍ବରରେ ପାଳନ କରିବା ବୋଲି ସୂଚନା ଦେଇଥିଲେ । ଜିଲାପାଳ କାର୍ଯ୍ୟକ୍ରମରେ ବଲାଙ୍ଗିର ତଥା ରାଜ୍ୟର ବିକାଶଧାରା ଉପରେ ଆଲୋଚନା କରି ଯୁବପିଢ଼ି, ଛାତ୍ରୀଛାତ୍ରଙ୍କୁ ପାଠ ପଢି ଭଲ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ୱତନ୍ତ୍ର ରାଜ୍ୟ ଭାବେ କଳା, ସଂସ୍କୃତି ଓ ପରମ୍ପରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । ଏହାକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କିସ୍ ଆବାସିକ ବିଦ୍ୟାଳୟ, ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟ ଏବଂ ଆଇଡିଏମ ପବ୍ଲିକ ସ୍କୁଲର ର ଛାତ୍ରୀମାନେ କାର୍ଯ୍ୟକ୍ରମରେ ଓଡିଶୀ, ସମ୍ବଲପୁରୀ ନୃତ୍ୟ ସହ ଦେଶାତ୍ମବୋଧକ ବନେ୍ଦ ଉକôଳ ଜନନୀ ପରିବେଷଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲାର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡିକ ଆଲୋକମାଳାରେ ସଜ୍ଜିତ ହୋଇଥିଲା । ସହରର ବିଭିନ୍ନ ମୁଖ୍ୟମାର୍ଗରେ ଆକର୍ଷଣୀୟ ତୋରଣ କରାଯାଇଥିଲା । ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ କାର୍ଯ୍ୟକ୍ରମ ସଂଯୋଜନା କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତି କୁମାର ସାହୁ ସଭା ପରିଚାଳନା କରିଥିଲେ ।
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଉକôଳ ଦିବସ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ଓ କାଉନସିଲର ଉପସ୍ଥିତି ରେ ଉକôଳ ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ପୌରହିତ୍ୟରେ ପୌର ପରିଷଦର କର୍ମଚାରୀ ମାନେ ପରିଚାଳନା କରିଥିଲେ । ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ଭାବେ ସଂପ୍ରତି ରାଜ୍ୟରେ ଓଡ଼ିଶାର ବିଭାଜନ ଉଦ୍ୟମକୁ ବିଭିନ୍ନ ବକ୍ତା ନାପସନ୍ଦ କରିବା ସହ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ବଳିଷ୍ଠ ଯୋଗଦାନ ଦେଇଥିବା ପୂର୍ବସୂରୀ ମାନଙ୍କ ଉଦ୍ୟମକୁ ଏହି ଅବସରରେ ସ୍ମରଣ କରିଛନ୍ତି । ଉକôଳୀୟ କଳା, ସଂସ୍କୃତି, ସାହିତ୍ୟ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ବହୁ ବ୍ୟକ୍ତିତ୍ୱଙ୍କ ଦେଶର ପ୍ରମୁଖ ସ୍ଥାନରେ ଅବସ୍ଥାପିତ ଗୌରବ ଆଣିଛନ୍ତି ବୋଲି କହିଛନ୍ତି । ଓଡିଆ ଭାଷା ସମିତି ପକ୍ଷରୁ ଆରଏମ୍ସି ପରିସରରେ ଆୟୋଜିତ ଉକôଳ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଡ଼ଃ ହୃଷୀକେଶ ପଣ୍ଡା, ସମ୍ମାନିତ ଅତିଥି ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠି ଯୋଗ ଦେଇଥିଲେ । ପୂର୍ବରୁ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ୧ ମ ଶ୍ରେଣୀରୁ ୧୦ମ ପର୍ଯ୍ୟନ୍ତ ୧୦ ଜଣ ଛାତ୍ରଛାତ୍ରୀ ଅତିଥି ଭାବେ ଯୋଗଦେଇ ମୋ ସ୍ୱପ୍ନରେ ଓଡ଼ିଶା ଉପରେ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ସମିତି ସଭାପତି ଆକାଶ ପଟ୍ଟନାୟକ, ସମ୍ପାଦକ ରଞ୍ଜନ କୁମାର ସାହୁ, ଚିନ୍ମୟ ପୋଲାଇ, ରୀତାଞ୍ଜଳୀ ମିଶ୍ର, ଲିଜାରାଣୀ ସାହୁ ଓ ଅନ୍ୟ ସମିତିର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଚନ୍ଦ୍ରିକା ସାହିତ୍ୟ ଏକାଡେମୀ ପିତ୍ତଳ ପକ୍ଷରୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପତ୍ରିକା ଉନ୍ମୋଚନ, ଆଲୋଚନାଚକ୍ର, କବିତା ପାଠୋସôବ ଆୟୋଜିତ ହୋଇଯାଇଛି । ଇଂ ବିଚିତ୍ରାନନ୍ଦ ମୁନୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅରୁଣ କୁମାର ଖାଡଙ୍ଗା, ହରିହର ଚୌଧୁରୀ, ଡ଼ଃ ଲକ୍ଷ୍ମୀ ନାରାୟଣ ଦାସ, ବି ପ୍ରକାଶ ଚନ୍ଦ୍ର ପାତ୍ର, ଡ଼ଃ ସୁପ୍ରିୟା ସାହୁ, ଅରବିନ୍ଦ ପଣ୍ଡା, ସଞ୍ଜୟ ଷଡ଼ଙ୍ଗୀ, ଜଗନ୍ନାଥ ଗୌଡ, ହୃଷୀକେଶ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଚିନ୍ମୟ ରଞ୍ଜନ ମିଶ୍ର ଓ ସୁପ୍ରଜିତ ସାହୁ ସଂଯୋଜନା କରିଥିଲେ ।
ବୁଗୁଡ଼ା: ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଉକôଳ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ୟୁ.ରବି କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗଦେଇ ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉକôଳ ଦିବସର ଅନୁଚିନ୍ତା ସମ୍ପର୍କେ ଆଲୋକପାତ କରିଥିଲେ । ସେହିପରି ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ୟରେ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଟଲ ଲିଙ୍ଗରାଜଙ୍କ ସଭାପତିତ୍ୱରେ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ହରିହର ମହାରଣାଙ୍କ ଅଧ୍ୟକ୍ଷତାରେ ଉକôଳ ଦିବସ ପାଳିତ ହୋଇ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ଉକôଳର ବରପୁତ୍ରମାନଙ୍କ ଅବିସ୍ମରଣୀୟ ଭୂମିକା ସମ୍ପର୍କେ ଆଲୋଚନା କରାଯାଇଥିଲା ।
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସମ୍ପାଦକ ଅଶୋକ କୁମାର ସାମଲଙ୍କ ତତ୍ୱାବଧାନରେ ଉକôଳ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ସଭାରେ ସଂଘର ଉପସଭାପତି ରବିନାରାୟଣ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦ୍ମ ରଞ୍ଜନ ଦାଶ ମୁଖ୍ୟ ଅତିଥି ଓ ପ୍ରକାଣ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ । ପ୍ରଥମେ ମଧୁବାବୁ, ଫକିରମୋହନ, ଗଜପତି କୃଷ୍ଣଚନ୍ଦ୍ର,ଉକôଳମଣି ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ବନେ୍ଦ ଉକôଳ ଜନନୀ ଗାନ କରିଥିଲେ । ଏହାପରେ ସମସ୍ତ ଅତିଥି ମଧୁବାବୁଙ୍କ ଜୀବନୀ ଉକôଳର ଅର୍ଦ୍ଧ ଶତାବ୍ଦୀ ର ଇତିହାସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ପାଢ଼ୀ, ଶିବ ପ୍ରସାଦ ପାତ୍ର, ନବ କୁମାର ସାହୁ, ଏସ୍. ୱିରାସ୍ୱାମୀ, ବାବାଜୀ ସ୍ୱାଇଁ, ଜୟଦେବ ରାଉଳ, ସୁରେନ୍ଦ୍ର କୁମାର ମଲ୍ଲିକ, ଧବଳେଶ୍ୱର ରାଓ, ଚିରଞ୍ଜିବୀ ମହାପାତ୍ର, ଅଭିମନୁ୍ୟ ବେହେରା, ସନ୍ତୋଷ କୁମାର ବିଶ୍ୱାସ ଓ ଜୀବନ କୁମାର ମହାନ୍ତି ଉପସ୍ଥିତ ଥିଲେ ।
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଆଜି ଉକôଳ ଦିବସରେ ଓଡ଼ିଶାର କର୍ଣ୍ଣଧାର ଉକôଳ ଗୌରବ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମରଣ ସଭା ଆୟୋଜନ କରିଛି । ୧୯୩୬ ମସିହା ଅପ୍ରେଲ ପହିଲାରେ ଓଡ଼ିଆ ଭାଷା ଆଧାରରେ ଗଠିତ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ପାଇଁ ବହୁ ଓଡ଼ିଆ ବୀର ଓ ମହାମନୀଷୀଙ୍କ ଅବଦାନ ରହିଛି । ହେଲେ ଆଜି ଓଡିଶା ମାଟି ଆଜି ସୁରକ୍ଷିତ ନୁହଁ । ଓଡ଼ିଶାର ଅନେକ ଅଞ୍ଚଳ ପଡୋଶୀ ରାଜ୍ୟ ମାନେ ଅକ୍ତିଆର କରି ରଖିଛନ୍ତି । ପ୍ରତ୍ୟେକ ଦିନ ନୂଆ ନୂଆ ଏମଓୟୁ କରି ଓଡିଶାର ଖଣି, ଜଙ୍ଗଲ, ନଦୀ, ପାହାଡ଼ ଆଦି ପ୍ରାକୃତିକ ସମ୍ପଦକୁ ବିଭିନ୍ନ ଦେଶୀୟ ଓ ବିଦେଶୀ କମ୍ପାନୀ ହାତକୁ ଟେକି ଦିଆଯାଉଛି । ଓଡିଶାରେ ମଦ ମାଦକ ଦ୍ରବ୍ୟର ପ୍ରସାର ଯୋଗୁଁ ଲୋକଙ୍କ ଧନ ଜୀବନ ବହୁଳ ମାତ୍ରାରେ କ୍ଷତି ହେଉଛି । ଏଣୁ ଏକ ପ୍ରଗତିଶୀଳ ଓଡ଼ିଶାର ନିର୍ମାଣ ପାଇଁ ଏସବୁ ସମସ୍ୟାର ସମାଧାନ ନିହାତି ଆବଶ୍ୟକ ବୋଲି ଆଜି ଉପସ୍ଥିତ ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି । ଆଜିର ସଭାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଆର. ସତ୍ୟ ନାରାୟଣ ରାଓ, ସତ୍ୟବାନ ବେହେରା, ଜି.ଶୁଭଙ୍କର,କବିରାଜ ସାହୁ, ଅଶୋକ କୁମାର ଦଳାଇ,କାହ୍ନ ଚରଣ ପାତ୍ର, ଏସ. ଶାମ୍ବଶିବ ରାଓ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ସାଲ୍ଲା କେଶବ ଲିଙ୍ଗମ, ବିରେନ କୁମାର ବେହେରା, ଆଦିତ୍ୟ ରଥ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।