ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଯାଜପୁର : ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୫ତମ ତିରୋଧାନ ଦିବସରେ ବଡଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତ ତେଲିଗଡ ଆଦିବାସୀ ବସ୍ତିରେ ବିର୍ସା ମୁଣ୍ଡାଙ୍କ ପ୍ରତମୂର୍ତ୍ତି ଉନ୍ମୋଚନ ହୋଇଛି । ବିଧାୟକ ଅମର ନାୟକ  ଏହାର ଲୋକାର୍ପଣ କରିବା ସହ ୧୬୦ ଜଣ ଅନୁସୂଚିତ ଜନ ଜାତିର ପରିବାରକୁ ଜମି ପଟ୍ଟା ପ୍ରଦାନ କରିଥିଲେ । ଏଥି ସହ ଦର୍ପଣ  ପଞ୍ଚାୟତର ସଞ୍ଜୟ ନଗର ଆଦିବାସୀ ସାହି ଗ୍ରାମ ଦେବତୀ ପୀଠ ଉନ୍ନତିକରଣ, ବଡଚଣା  ପଞ୍ଚାୟତ ଶାସନ ପୁରୁଷୋତ୍ତମପୁର ଆଦିବାସୀ ସାହି ଗ୍ରାମ ଦେବତୀ ପୀଠ ଉନ୍ନତିକରଣ, ଚଣ୍ଡିତଳ ପଞ୍ଚାୟତ ତେଲିଗଡ ଆଦିବାସୀ ସାହି ଗ୍ରାମ ଦେବତୀ ପୀଠ ଉନ୍ନତିକରଣ ପାଇଁ ପ୍ରତ୍ୟେକ ୩ ଲକ୍ଷ ଟଙ୍କାର ବ୍ୟୟବରାଦ ସହ ଶିଳାନ୍ୟାସ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତିର ପରିବାର ସମାଜର ମୂଖ୍ୟ ସ୍ରୋତରେ କିଭଳି ସାମିଲ ହୋଇପାରିବେ ସେଦିଗରେ ପ୍ରୟାସ ଜାରି ରହିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ଦର୍ପଣ ତହସିଲର ମାନସ ତ୍ରିପାଠୀ, ସମାଜସେବୀକା ଦେବଜାନୀ ପ୍ରଧାନ ଓ ବଡଚଣା ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ସମିଆ ସମିତି ସଭ୍ୟା ରେବତୀ ଭୋଇ, କାଇମାଟିଆ ସମିତିସଭ୍ୟା ଶାନ୍ତି ହାଂସଦା, ପାରିଆ ସରପଞ୍ଚ ବେଣୁଧର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ବିଜେପି ଜିଲ୍ଲା ସମ୍ପାଦକ ପ୍ରମୋଦ ଜେନା, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମଣ୍ଡଳ ପ୍ରତିନିଧି ଲଲାଟେନ୍ଦୁ ମହାପାତ୍ର, ତୁଷାର ରଂଜନ ବିଶ୍ୱାଳ, ତୃପ୍ତି ରଞ୍ଜନ ଦାଶ, ବିପିନ ଚନ୍ଦ୍ର ବେହେରା, ଓକିଲ ମୁର୍ମୁ ଓ ବିଶ୍ୱଜିତ ସାହୁ ପ୍ରମୁଖ ପରିଚାଳନ କରିଥିଲେ ।