ବିଶ୍ରାମରେ ପଞ୍ଚ ଠାକୁରାଣୀ
ବୁଗୁଡ଼ା : ସପ୍ତଦଶ ଦିବସୀୟ ବୁଗୁଡ଼ା ଠାକୁରାଣୀ ଯାତ୍ରାର ପ୍ରଥମ ଦିବସରେ ଆମନ୍ତ୍ରିତ ହୋଇ ମା' ମାଉଁଦେଈ, ମା' ମାଳିଝୋଳା, ମା' ନାରାୟଣୀ, ମା' ବୁଢୀ ଠାକୁରାଣୀ ଓ ମା' ବ୍ୟାଘ୍ରଦେବୀ ଆଦି ପଞ୍ଚ ଠାକୁରାଣୀ ବଡଦାଣ୍ଡସ୍ଥିତ ଅସ୍ଥାୟୀ ମଣ୍ଡପରେ ବିରାଜମାନ ହୋଇଥିବା ବେଳେ ଆଜିର ଦ୍ୱିତୀୟ ଦିବସକୁ ବିଶ୍ରାମ ଦିବସ ରୂପେ ଗ୍ରହଣ କରାଯାଇଛି । ଏ ଅବସରରେ ପୁରୋହିତ ନାରାୟଣ ଦାଶ, ବିଭୁତି ଭୂଷଣ ତ୍ରିପାଠୀ, ମନୋଜ କୁମାର ଦାଶ, ଦିଲ୍ଲୀପ କୁମାର ଦେବତା, ପିତାମ୍ବର ହୋତା ଓ ପ୍ରଦୀପ କୁମାର ମିଶ୍ରଙ୍କ ଦ୍ୱାରା ବୈଦିକ ରୀତିନୀତି ପ୍ରକାରେ ମଣ୍ଡଳ ପୂଜା, ସାଲା ଓ ପୀଠ ସଂସ୍କାର, ଷୋଡଶୋପଚାର ପୂଜା, ଚଣ୍ଡୀ ପାଠ, ମୂର୍ତ୍ତି ଜୀବନ୍ୟାସ, ଅଗ୍ନି ସଂସ୍କାର, ପୂଜା, ଆଳତି ଇତ୍ୟାଦି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଓ କର୍ତ୍ତ୍ରୀ ରୂପେ ଯଥାକ୍ରମେ ବିଚିତ୍ର କୁମାର ପାଣିଗ୍ରାହୀ ଓ ସୁସ୍ମିତା ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ ।