ବିଶ୍ୱ ଆଦିବାସୀ ଦିବସ:   ଭାଷା, ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱ

 ରାଇଘର:  ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦର ମହକୁମାର ନୂତନ ବସଷ୍ଟାଣ୍ଡ  ଠାରେ ବ୍ଲକସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟର ପ୍ରତ୍ୟେକ ଜାତିର  ସଭାପତି, ଉପ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ୫ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ପାରମ୍ପରିକ ବେଶରେ ସମସ୍ତେ ସଜେଇ ହୋଇ ପାରମ୍ପରିକ ବାଜାର ତାଳେ ତାଳେ ନାଚିଗାଇ ମଞ୍ଚ ନିକଟରେ ପହଂଚିବା ପରେ ପ୍ରଥମେ ଦେବାଦେବୀଙ୍କ ପୂଜାର୍ଚ୍ଚନା ସାରି ପତାକା ଉତ୍ତୋଳନ କରିଥିଲେ । ପରେ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଜନଜାତି ସୁରକ୍ଷାମଞ୍ଚ ସଭାପତି ସୁବର୍ଣ୍ଣ ଗଣ୍ଡ, ସମ୍ପାଦକ ଲଛମନ ନାୟାକ, ଉପଉପସଭାପତି ସୁବଲନ ସାନ୍ତା, ହରି ଭତ୍ରା, ରୁପ ବଞ୍ଜରା, ନରସିଂ ଯାନୀ, ଲଷ୍ମନ ହନ୍ତାଳ, ହୀରାଲାଲ ହାଲବା, କୋଷଧ୍ୟକ୍ଷ ପିଲସାଏ ଗଣ୍ଡ, ସଂଯୋଜକ ଘନଶ୍ୟାମ ଗଣ୍ଡ, ଚିତ୍ତରଞ୍ଜନ ଗଣ୍ଡଙ୍କ ସମେତ ହଳବା ସମାଜ, ବଞ୍ଜାରା ସମାଜ, କଣ୍ଡାଧରା ସମାଜ ଯାନୀ ସମାଜ, ଭୁଞ୍ଜିଆ ସମାଜ, ସାନ୍ତା ସମାଜ, ଭୂମିୟା ସମାଜ, ସୌରା ସମାଜ ଜଗତ ଦୁରୁଆ ସମାଜର ଲୋକେ ଉପସ୍ଥିତ ରହିଥିଲେ ସମସ୍ତେ ଆଦିବାସୀମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ନିଜ ନିଜ ଅଭିଭାଷଣ ରଖିବା ସହିତ ଆଦିବାସୀ ପରମ୍ପରା, ସଂସ୍କୃତି ତଥା ଆଞ୍ଚଳିକ ପର୍ବ ପର୍ବାଣୀକୁ ଜୀବିତ ରଖିବାକୁ ପରାମର୍ଶ ଦେଇଥିଲେ । ଜନ ଗହଳିକୁ ଦୃଷ୍ଟି ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
ନୂଆପଡା: ବୋଡ଼େନ ବ୍ଲକର ସ୍ଥାନୀୟ ଆଶ୍ରମ ହାଇସ୍କୁଲ ଖେଳ ପଡିଆ ଠାରେ ବିଶ୍ୱ ଆଦିବାସୀ ଦିବସ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ମୁଖ୍ୟ ବକ୍ତା ଭାବରେ କରଙ୍ଗାମାଲ ଜୁନିଅର କଲେଜ ଅଧ୍ୟକ୍ଷ ଦେବରାଜ ମାଝୀ, ସଭାପତି ଭାବେ ବୋଡ଼େନ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ସଭାପତି ମଝିଆ ମାଝୀ, ବିଶିଷ୍ଟ ଅତିଥି ଭାବେ ରାଜ୍ୟ କଳାକାର ସଂଘର ସଭାପତି ତ୍ରିମନ୍ ମାଝୀ, ରାଜ୍ୟ ଉପସଭାପତି ପ୍ରଦୀପ ସିଂ ମାଝୀ, ଆଇନଜୀବୀ ଯୋଗେନ୍ଦ୍ର ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ଚୈତନ୍ୟ ମାଝୀ, ସମାଜ ସେବୀ ପ୍ରତାପ ସିଂ ମାଝୀ, ନାଗପଡ଼ାର ଦୟାରାମ ମାଝୀ, ରବି ରାମ ମାଝୀ, ଖା ସମାଜ ବ୍ଲକ ସଭାପତି ସୁଖଲାଲ ମାଝୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ତୁଲାରାମ ଚିନ୍ଦା, ଅନ୍ତରାମ ଚିନ୍ଦା, ଆୟୋଜକ କମିଟିର ସଭାପତି ଚିନ୍ତାମଣି ମାଝୀ, ସିଆର୍ପିଏଫ୍ ଭୀମସେନ ଧରୁଆ, ସମାଜସେବୀ ତ୍ରିନାଥ ଧରୁଆ, କୁମର ମାଝୀ, ଅନାଦି ମାଝୀ, ଭୁବନେଶ୍ୱର ମାଝୀ, ଯଦୁରାମ ଦଳ, ଉଦ୍ଧବ ମାଝୀ, ବନଖଣ୍ଡ ଅଧିକାରୀ ଖଗେଶ୍ୱର ମାଝୀ,ପୂର୍ବତନ ଜିଲ୍ଲାପରିଷଦ ଶ୍ରୀକାନ୍ତ ସିଂ ମାଝୀ, ମନବୋଧ ମାଝୀ, ପରମେଶ୍ୱର ମାଝୀ , ରଘୁନାଥ ଶବର, ରବି ଚିନ୍ଦା, ତ୍ରିନାଥ ମାଝୀ, ଇନ୍ଦ୍ରମଣି ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଞ୍ଚାସୀନ ଥିଲେ । ଏହି ସଭାରେ ଆଦିବାସୀ ମାନଙ୍କ ପାରମ୍ପରିକ ରୀତିନୀତି ଓ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ତ୍ରିଲୋଚନ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ଅଙ୍କନ ସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ସଭାପତି ସରୋଜ କୁମାର ମାଝୀ, ସମ୍ପାଦକ ମୁକେଶ କୁମାର ଧରୁଆ, ବୋଡ଼େନ ଥାନା ଏସ ଆଇ ଖିରସିନ୍ଧୁ ମାଝୀ, କନଷ୍ଟେବଳ ରବିଚନ୍ଦ୍ର ଚିନ୍ଦା, ଥାବିରାମ ମାଝୀ, ବିରଞ୍ଚି ନାଏକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବୋଡ଼େନ ବ୍ଲକ ଗୋଣ୍ଡ ସମାଜ ସମ୍ପାଦକ ହରି ସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଏ ଅଞ୍ଚଳର ବହୁ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ଅଂଶ ଗ୍ରହଣ କରିଥିଲେ ।
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ସକାଳେ ଆଦିବାସୀଙ୍କ ପାରମ୍ପରିକ ବେଶଭୁଷା ସହ ଶତାଧିକ ଲୋକେ ଏକତ୍ରିତ ହୋଇ ମାଲକାନଗିରି ବସଷ୍ଟାଣ୍ଡ ପରିସରରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ମାଲକାନଗିରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେବା ପରେ ସଂସ୍କୃତି ଡିଏନକେ ଖେଳ ପଡିଆ ଠାରେ ପହଞ୍ଚô ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା କୋୟା ସମାଜ ନୃତ୍ୟ, ସାନ୍ତାଳୀ ସମାଜ ନୃତ୍ୟ, ବଣ୍ଡା ସମାଜ ନୃତ୍ୟ, ଡିଡାୟୀ ସମାଜ ନୃତ୍ୟ, ଭଳି ବହୁ ଆଦିବାସୀ ସମାଜର ନୃତ୍ୟ ପରିବେଷଣ କରାଯାଇଥିଲ । । ସେହିପରି ଜିଲ୍ଲା ସଦରର ବ୍ଲକ ପଡିଆରେ ମଧ୍ୟ ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଦୁଇଟି କାର୍ଯ୍ୟକ୍ରମରେ ବଣ୍ଡା, ଡିଡାଇ, କୋୟା, ପରଜା ଓ ଦୁରୁଆ ଭଳି ୩୨ ଟି ଜନ ଜାତିର ଆଦିବାସୀ ଲୋକେ ନିଜ ସମାଜର ମୁଖ୍ୟଙ୍କ ସହ ସମସ୍ତ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ଆଦିବାସୀ କର୍ମଚାରୀ ସଂଘର କର୍ମକର୍ତ୍ତା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ  । ଏହି ଅବସରରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ପ୍ରଶାସନିକ ଅଧିକାରୀ ଦୁର୍ଯେ୍ୟାଧନ ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ବିଧାୟକ ମାନସ ମାଡକାମୀ, ଆଡମା ରାବା, ରବିନ୍ଦ୍ର ମାଢିଙ୍କ ସହ ବହୁ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ।