ବିଶ୍ୱ ବ୍ରେଲୀ ଦିବସ ପାଳିତ
କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରସଂସ୍ଥା ଦ୍ରୁଷ୍ଟି ବାଧିତ ବିଦ୍ୟାଳୟ ପରିସରରେ ବିଶ୍ୱ ବ୍ରେଲୀ ଦିବସ ଓ ବ୍ରେଲୀ ଲିପିର ଜନକ ମହାତ୍ମା ଲୁଇସ୍ ବ୍ରେଲ୍ଙ୍କ ୨୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ, ମୁଖ୍ୟବକ୍ତା ପ୍ରାକ୍ତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତଅତିଥି ଜିଲ୍ଲା ଯୁବ ଅଧିକାରୀ ତିରୁପତି ରେଡି, ପୁନର୍ବାସ ସହସମ୍ପାଦକ ବଂଶୀଧର ମହାନ୍ତି, ସମାଜସେବୀ କ୍ଷୀରୋଦ କର ପ୍ରମୁଖ ଯୋଗଦେଇ ମହାତ୍ମା ଲୁଇସ୍ ବ୍ରେଲ୍ଙ୍କ ଜୀବନୀ, ଦ୍ରୁଷ୍ଟି ବାଧିତ ବ୍ୟକ୍ତି ମାନଙ୍କ ପ୍ରତିଥିବା ତକ୍ଷଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟଅତିଥି ବ୍ରେଲୀ ଲିଖନ, ପଠନ, ସଙ୍ଗୀତ, ବକ୍ତୃତା, ଦୌଡ଼ ଆଦି ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପିଲାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ସୋନାଲି ସ୍ୱାଇଁ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଅରୁଣ ବେହେରା ଧନ୍ୟବାଦ ଦେଇଥିଲେ ।