ବୁଦ୍ଧିଜୀବୀ ସମ୍ମିଳନୀ 

 ବୌଦ୍ଧ : ଭାରତକୁ ବିକଶିତ କରିବା ପାଇଁ ଚଳିତ ବର୍ଷ କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ  ଐତିହାସିକ ବଜେଟ ଉପସ୍ଥାପନା କରିଛନ୍ତି ତାହା ବୁଦ୍ଧିଜୀବୀ ସମ୍ମିଳନୀରେ ଆଲୋଚନା କରାଯାଇଛି । ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଚଳିତ ବଜେଟକୁ ସର୍ବସ୍ପର୍ଶି ଓ ସମାବେଶି ବୋଲି ମତପୋଷଣ କରିଥିଲେ । ଗୋଟିଏ ଶିଶୁ ଜନ୍ମ ଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ତଥା ମାନବ ପୁିର ସର୍ବାଙ୍ଗୀନ ବିକାଶ ଏହି ବଜେଟରେ ରହିଛି ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଚାଚାର୍ଡ ଏକାଉଟେଣ୍ଡ ସୁନ୍ଦର ପ୍ରକାଶ ଯୋଗଦେଇ ଏହି ବଜେଟ ଏକ ଭବିଷ୍ୟତବାଦୀ ଓ ଦୁରଦୃଷ୍ଟି ସମ୍ପନ୍ନ । ଏତôରେ ମଧ୍ୟବିତ ଶ୍ରେଣୀ ଲୋକଙ୍କ ପାଇଁ ଅନେକ ସୁବିଧା ରହିଛି ବୋଲି ଆଲୋଚନା କରିଥିଲେ । ଦଳର ପୁର୍ବତନ ଜିଲ୍ଲା ସଭାପତି ବିପ୍ର ଚରଣ ମହା"ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମ୍ମାନିତ ଅତିଥିଭାବେ ସାଂସଦ ପ୍ରତିନିଧି ରବି ପ୍ରଧାନ ଯୋଗଦେଇଥିଲେ । ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ୟାମସୁନ୍ଦର ପୁରୋହିତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।