ବୃକ୍ଷରୋପଣ ନାଁ ରେ ହରିଲୁଟ୍ : ଫଳକ ଅଛି ହେଲେ ଗଛ ନାହିଁ
ଦାନଗଦୀ : ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷରୋପଣ ନାଁରେ ହରିଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସାରଙ୍ଗପୁର ପଞ୍ଚାୟତଟି ବ୍ଲକର ସବୁଠାରୁ ଛୋଟ । ଦୁଇଟା ଗାଁ ଖୁରୁଂଟି ଓ ସାରଙ୍ଗପୁରକୁ ନେଇ ଗଠିତ । ବିଗତ ଦିନରେ ପଞ୍ଚାୟତଟିକୁ ଆସିଥିବା ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଅନୁଦାନରେ ଦୁର୍ନୀତିମୁକ୍ତ ହୋଇ ବହୁତ ଭଲ କାମ ହେବା କଥା କିନ୍ତୁ ଦୁର୍ଭାଗ୍ୟର କଥା ଏହି ପଞ୍ଚାୟତର ଖୁରୁଂଟି ଗାଁରେ ଥିବା ମା ମଙ୍ଗଳା ପୀଠ ପରିସରରେ ବୃକ୍ଷ ରୋପଣ ନାଁରେ ଏକ ଲକ୍ଷ ଟଙ୍କା ହରିଲୁଟ ହୋଇଛି । ମଙ୍ଗଳା ଶାଳ ପରିସରରେ ୨୦୨୩ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷ ରୋପଣ ହୋଇଥିବା ବେଳେ, ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । କିନ୍ତୁ ଏହି ମଙ୍ଗଳାପୀଠ ପରିସରରେ ଗୋଟିଏ ମଧ୍ୟ ଗଛ ଲଗାଯାଇଥିବାର ଚିନ୍ନବର୍ଣ୍ଣର୍ ନାହିଁ । ଲକ୍ଷ ଟଙ୍କାରେ କେତେ ଗଛ ଲଗାଯାଇଥିବ କଣ ଗୋଟେ ମଧ୍ୟ ବଞ୍ଚôଲା ନାହିଁ । ମଙ୍ଗଳା ପୀଠ ପରିସରରେ ଚାରିପାଖରେ ପାଚେରୀ ଅଛି, ପାଣିର ସୁବିଧା ମଧ୍ୟ ଅଛି ତାହେଲେ ଗଛ ବଞ୍ଚିଲା ନାହିଁ କିପରି? ତାକୁ ନ୍ଇ ଏବେ ପ୍ରଶ୍ନ । ଫଳକ ମାରି କାମ ସାରି ଦିଆଯାଇଥିବା ଅଭିଯୋଗ ହେଉଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
