ବେଆଇନ ବିଦୁ୍ୟତ ସଂଯୋଗ; ଉପଭୋକ୍ତାଙ୍କ ନାଁରେ ଏତଲା
ସିଂହପୁର : ବିଦୁ୍ୟତର ଅପଚୟ ନକରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନେକ ଏହାର ଅପଚୟ କରୁଥିବା ନଜରକୁ ଆସୁଛି । ଏଭଳି ଏକ ଘଟଣା ଏବେ ବିଞ୍ଝାରପୁରରେ ଦେଖିବାକୁ ମିଳିଥିବା ବେଳେ ସମ୍ପୃକ୍ତ ଉପଭୋକ୍ତାଙ୍କ ବିରୁଦ୍ଧରେ ଥାନାରେ ଏତଲା କରିଛନ୍ତି ବିଭାଗୀୟ ଅଧିକାରୀ । ଅଭିଯୋଗ ମତେ ବିଞ୍ଝାରପୁର ମିରମହାଲ ଗ୍ରାମର ଏସ୍.କେ.ଶୋଲେମାନ ବେଫିକର ଭାବେ ବିଦୁ୍ୟତ ବ୍ୟବହାର କରୁଥିଲେ । ବିଦୁ୍ୟତ ବିଭାଗର ଅଧିକାରୀ ମିଟର ଲଗାଇବା ପାଇଁ ତାଙ୍କୁ ପରାମର୍ଶ ଦେବା ସହିତ ଏକାଧିକ ଥର ଏଥିନେଇ ଚିଠି କରିଥିଲେ । ମାତ୍ର ଉପଭୋକ୍ତା ଏହାକୁ ଖାତିର କରିନଥିଲେ । ନିଜ ଘରେ ଏକାଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର କରି ବିଦୁ୍ୟତ ବିଲ ନଦେବା ପାଇଁ ଚକ୍ରାନ୍ତ କରି ମିଟର ବସାଉନଥିଲେ । ଶେଷରେ ବିଦୁ୍ୟତ ବିଭାଗ ବାଧ୍ୟ ହୋଇ ସମ୍ପୃକ୍ତ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ । ଏହାକୁ ମଧ୍ୟ ଖାତିର ନକରି ବେଆଇନ ଭାବେ ଉପଭୋକ୍ତା ଜଣକ ବିଦୁ୍ୟତ ସଂଯୋଗ କରିପୂର୍ବଭଳି ବିଦୁ୍ୟତ ଅପଚୟ କରିଚାଲିଥିଲେ । ଯାହାକୁ ନେଇ ଆଜି ବିଞ୍ଝାରପୁର ବିଦୁ୍ୟତ ବିଭାରର ଏଏଇ ସରୋଜ କୁମାର ବେଉରିଆ ଥାନାରେ ଏତଲା କରିଛନ୍ତି ।