ବ୍ରଜନଗର ଯୁବ ମହୋତ୍ସବ ଉଦ୍ଘାଟିତ

ପାଣିକୋଇଲି: ଯାଜପୁର ବ୍ଲକ୍ ମାଳଆନନ୍ଦପୁର ପଞ୍ଚାୟତର ବ୍ରଜନଗର  ଖେଳ ପଡିଆ ଠାରେ ଆୟୋଜିତ ଯୁବ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ମହୋସôବ କମିଟିର ସଭାପତି ସୌମ୍ୟ ରଞ୍ଜନ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋସôବକୁ  ଯାଜପୁର ବିଧାୟିକା ସୁଜାତା ସାହୁ ଉଦ୍ଘାଟନ କରି ଯୁବ ପିଢୀ ବିକାଶ ଧାରରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ସମମ୍ମାନୀତ ଅତିଥି ଭାବେ ଅଶୋକ ଦାସ ଫାଉଣ୍ଡେସନର ମହା ସଚିବ ତଥା ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଯୋଗଦେଇ ଯୁବପିଢୀମାନେ ଦେଶର ଭବିଷ୍ୟତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀ, ବିଜେଡି ନେତା ପ୍ରତାପ ମହାନ୍ତି, ସମିତିସଭ୍ୟା ପ୍ରତିନିଧି ରଘୁନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥି ଓ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ କଟକର ଅରକ୍ରେଷ୍ଟା ଗୀତ ବାହାର ପକ୍ଷରୁ ମୋଲେଡି ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା କଳା ପ୍ରଦର୍ଶିତ ହୋଇଥିଲା ।