ବ୍ରାଉନସୁଗାର ଜବତ; ଜଣେ କୋର୍ଟଚାଲାଣ

ଦାନଗଦୀ : ମିଲିଟାରୀ ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଯାଜପୁର ରୋଡ଼ ଅବକାରୀ ବିଭାଗ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ବାଇକ ଜବତ କରିଛି । ଖବର ମୁତାବକ ଯାଜପୁର ରୋଡ଼ ଅବକାରୀ ବିଭାଗର ଏକ ୬ଜଣିଆ ଟିମ କୌଣସି ସୂତ୍ରରୁ ଖବର ପାଇ ମିଲିଟାରୀ ଛକରେ ପାଟ୍ରୋଲିଂକରୁଥିବା ସମୟରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ନୂଆଗାଁର ଶ୍ରୀଧର ମଲ୍ଲିକଙ୍କ ପୁଅ ମନୋଜ (୨୭) ଏକ ବାଇକରେ ୧୫୦ ଗ୍ରାମ ବ୍ରାଉନସୁଗାର ନେଇ ଯାଉଥିବା ବେଳେ ତାକୁ କାବୁ କରିଥିଲେ । 
ବ୍ରାଉନସୁଗାର ନେଇ ଅଭିଯୁକ୍ତ ମନୋଜ ଦାନଗଦୀରୁ ମିଲିଟାରୀ ଛକ ଦେଇ ନୂଆଗାଁ ଯାଉଥିଲା । ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ । ବିଭାଗ ମାମଲା ନମ୍ବର ୭୫/୨୫ରେ ଅଭିଯୁକ୍ତ ମନୋଜକୁ କୋର୍ଟ ଚାଲାଣ କରିଥିବା ବେଳେ ଏଚୋରା ବେପାରରେ ସମ୍ପୃକ୍ତ ଥିବା ଅନ୍ୟ ବେପାରୀଙ୍କୁ ଧରା ଯିବ ବୋଲି ଅବକାରୀ ଇନିସ୍ପେକଟର ବିଭୁ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚୋରା ମଦ, ଗଞ୍ଜେଇ, ବ୍ରାଉନସୁଗାରର ବେପାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବହୁ ବେକାରୀ ଯୁବକ ଏହାର ଜାଲରେ ପଡି ନିଜର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବାରେ ଲାଗିଛନ୍ତି ।