‘ଭେଟେରାନ୍ ଆଚିଭର୍’ ଆୱାର୍ଡରେ କ୍ଷୀରୋଦ ସମ୍ମାନିତ 

 ବାଲିକୁଦା : ବଡ଼ଚଣା ବ୍ଲକର କଳାଶ୍ରୀ ଗ୍ରାମର ବାସିନ୍ଦା ତଥା ବିଶିଷ୍ଠ ପରିବେଶବିତ୍ କ୍ଷୀରୋଦ ଜେନାଙ୍କୁ ‘ଭେଟେରାନ୍ ଆଚିଭର୍ ଆୱାର୍ଡ଼’ରେ ସମ୍ମାନିତ କରାଯାଇଛି । ନୁଆଦିଲ୍ଲୀର ସେନା ମୁଖ୍ୟାଳୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ବିଭିଏସଏମ, ଭିଏସଏମଙ୍କ ଠାରୁ କ୍ଷୀରୋଦ ଉକ୍ତ ସମ୍ମାନ ଗ୍ରହଣ କରିଥିଲେ । ଦେଶ ନିର୍ମାଣରେ ଅବଦାନ ଏବଂ ସମର୍ପଣକୁ ଦୃଷ୍ଟିରେ ରଖି ସେନା କର୍ତ୍ତୃପକ୍ଷ ପୂର୍ବତ୍ତନ ସେନା କର୍ମୀ କ୍ଷୀରୋଦଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ପ୍ରକାଶ ଥାଉ କି, ଶ୍ରୀ ଜେନା ୨୦୦୫ ମସିହାରେ ଭାରତୀୟ ସେନାବାହିନୀରୁ ଅବସର ଗ୍ରହଣ କରିଥିଲେ । ସେବେ ଠାରୁ ବିଭିିନ୍ନ ଗ୍ରାମ ରାସ୍ତା, ଅପଚୟ ଜମି ଏବଂ ଲଣ୍ଡା ପାହାଡ଼ରେ ଗଛ ଲଗାଇ ବିଭିନ୍ନ ମମହଲରୁ ପୁରସ୍କୃତ ହୋଇଛନ୍ତି ।