ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା
ତିହିଡ଼ି : ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ମା’ ଶାହାଡାଶୁଣୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଶୁକ୍ରବାର ଅଧିବାସ ଓ ଅଙ୍କୁରାରୋପଣ କରାଯିବା ପରେ ଶନିବାର ସକାଳେ ଶତାଧିକ ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା ହୋଇଥିଲା । କଳସ ସ୍ଥାପନ ପରେ ଯଜ୍ଞାରମ୍ଭ ହୋଇଛି । ରବିବାର ମନ୍ଦିର ପ୍ରତିଷ୍ଠା ସହ ନୂତନ ମୂର୍ତ୍ତିର ଜୀବନ୍ୟାସ କରାଯିବ ଏବଂ ସୋମବାର ଗୋଧୂଳି ବେଳାରେ ଯଜ୍ଞର ପୂର୍ଣ୍ଣାହୂତୀ ଏବଂ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ପୂଜକ ଭାଗିରଥି ମାଝୀଙ୍କ ସମେତ ଆ·ର୍ଯ୍ୟ ନିରଞ୍ଜନ ପାଣି ଓ ମଙ୍ଗରାଜ ପାଣି, ପୁସ୍ତକା·ର୍ଯ୍ୟ ସଦାନନ୍ଦ ପାଣି ଓ ଅନିରୁଦ୍ଧ ପାଣି, ସଦସ୍ୟ ବ୍ରାହ୍ମଣ ରବିନ୍ଦ୍ର ପାଣି ଓ ବିଷ୍ଣୁମୋହନ ଗ୍ରହା·ର୍ଯ୍ୟ ପ୍ରମୁଖ ନିୟୋଜିତ ହୋଇଥିବା ଜଣାଯାଇଛି । ମନ୍ଦିର କମିଟିର ସଭାପତି ମନୋରଞ୍ଜନ ଜେନା, ସମ୍ପାଦକ ରଞ୍ଜନ ମହାଳିକ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଜେନା, ସୁବାଶ ମହାଳିକ, ଶିବାନୀ ମାଝୀ, ବଳରାମ ସେନାପତି, କାର୍ତ୍ତିକ ମାଝୀ, ସୁରେଶ ନାୟକ, କାହ୍ନୁଚରଣ ସେନାପତି, ପ୍ରଦୀପ ମାଝୀ, ନିରଞ୍ଜନ ମାଝୀ, କମଳାକାନ୍ତ ମାଝୀ, ରଘୁନାଥ ମାଝୀ, ହେମନ୍ତ ମାଝୀ, ନାରାୟଣ ସେଠୀ ପ୍ରମୁଖ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରି·ଳନା କରୁଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ଏହି ପୀଠଟି କେଉଁ ଆବାହମାନ କାଳରୁ ବେଶ ପରିଚିତ । ମା’ଙ୍କ ଗାଧୂଆ ପାଣିରେ ରୋଗ ଆରୋଗ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ମା’ଙ୍କ ଗାଧୁଆ ପାଣିରେ ମହିଳା ଗାଧୋଇଲେ ଅପୁତ୍ରିକ ପୁତ୍ରବତୀ ହେବା ସହ ରୋଗୀଣା ସନ୍ତାନ ସ୍ୱାସ୍ଥ୍ୟବାନ୍ ହୁଏ । ଏହି ପୀଠଟି ଓଡିଶାର ଅନ୍ୟାନ୍ୟ ଶକ୍ତିପୀଠମାନଙ୍କ ଠାରୁ ନିଶ୍ଚିତ ରୂପରେ ନିଆରା ଅଟେ । ଏହି ପୀଠର ଉନ୍ନତି କରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ଜଣାଯାଇଛି ।