ମାଈ ହାତୀର ମୃତ ଦେହ ଉଦ୍ଧାର
ଲଗାତର କିଛି ବର୍ଷ ଧରି କୁଲଡ଼ିହା ଅଭୟାରଣ୍ୟରେ ଅନେକ ହାତୀଙ୍କ ଜୀବନ ଯାଉଥିବା ବେଳେ ପୁଣି ଏକ ମାଈ ହାତୀର ଗଳିତ ମୃତ ଦେହକୁ ବନବିଭାଗ ଠାବ କରିଛି । କୁଲଡ଼ିହା ବନବିଭାଗ ପାଇଁ ହାତୀ ମଡ଼କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଯଦି ଲଗାତର ଏହିପରି ପ୍ରତିବର୍ଷ ହାତୀ ମରନ୍ତି, ତେବେ ଆଗାମୀ ଦିନରେ କୁଲଡ଼ିହା ଅଭୟାରଣ୍ୟରେ ହାତୀ ଶୂନ୍ୟ ହୋଇଯିବ ବୋଲି ପରିବେଶବିତ୍ ଆକଳନ କରୁଛନ୍ତି । ଅନ୍ୟ ପଟେ ରାଜ୍ୟ ସରକାର କୁଲଡ଼ିହା ଅଭୟାରଣ୍ୟକୁ ହାତୀ ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରିଥିବା ବେଳେ ହାତୀ ବଂଶର ସୁରକ୍ଷା କ୍ଷେତ୍ରରେ ବନବିଭାଗ କେତେ ଯନôବାନ ତାହା ନିଳଗିରି ହାତୀ ମୃତୁ୍ୟରୁ ଜଣା ପଡିଛି । ୪/୫ଦିନ ପୂର୍ବରୁ ଏକ ମାଈ ହାତୀର ମୃତ ଶରୀର କୁଲଡ଼ିହା ଅଭୟାରଣ୍ୟ ପାଦ ଦେଶର ପୁଟିବନ୍ଧ ଉପରଭାଗରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଛେଳି ଚରେଇବାକୁ ଯାଇ ମୃତହାତୀର ଦୁର୍ଗନ୍ଧ ବାରିଥିଲେ । ପରେ ହାତୀର ମୃତ ଦେହ ବୋଲି ଜାଣିବାକୁ ପାଇଥିଲେ । ଘଟଣା ପ୍ରଘଟ ହେବା ପରେ ନିଳଗିରି କୁଲ୍ଡିହା ବନବିଭାଗ ପ୍ରଥମେ ଘଟଣା ସ୍ଥଳକୁ ଯାଇଥିଲେ । ପରେ ଘଟଣା ବାବଦରେ କୁଲଡିହା ରେଞ୍ଜର ସୁବ୍ରତ ବେହେରା ବାଲେଶ୍ୱର ଭାରାପ୍ରାପ୍ତ ଡିଏଫ୍ଓଙ୍କ ସମେତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲା ପରେ ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କଲାପରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି । ମୃତୁ୍ୟର କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତୁ୍ୟର ରହସ୍ୟ ଜଣାପଡ଼ିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି । ତେବେ କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗର ପକ୍ଷରୁ ଅହରହ ପେଟ୍ରୋଲିଂ ଚାଲିଥିବା ବେଳେ କିପରି ଉକ୍ତ ହାତୀର ମୃତୁ୍ୟଘଟିଲା ବିଭାଗ ଜାଣି ପାରିଲା ନାହିଁ ବୋଲି ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି । ଘଟଣାସ୍ଥଳରେ ଡିଏଫଓଙ୍କ ସମେତ, ଏସିଏଫ୍ଓ, ନୀଳଗିରି ଅତିରିକ୍ତ ତହସିଲଦାର, ରେଞ୍ଜର, ପ୍ରାଣୀ ଚିକିସôକ ସମେତ ବରହମପୁର ପୋଲିସ ଉପସ୍ଥିତ ଥିଲେ ।