ମାମଲା ରୁଜୁକରି ବସିଛି ସୁକିନ୍ଦା ପୁଲିସ; ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

 ପାଣିକୋଇଲି: ମାମଲା ରୁଜୁ କରି ଚୁପ ବସିଛି ସୁକିନ୍ଦା ପୁଲିସ । ଥାନାରୁ ନ୍ୟାୟ ନପାଇ ନିରାଶ ଦାମୋଦରପୁର ମୁଳଖମ୍ବ ଗ୍ରାମର ସୋନିଆ ପାତ୍ର ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୋନିଆଙ୍କ ଅଭିଯୋଗ ତାଙ୍କ ସ୍ୱାମୀ ବିଶ୍ୱନାଥ ପାତ୍ର ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଉଠାଇ ଆଣି ୨୦୧୩ ମସିହା ତାଙ୍କୁ ବିବାହ କରିଥିଲେ ।ଏବେ ତାଙ୍କର ଗୋଟିଏ ଝିଅ ଓ ଦୁଇଟି ପୁଅ ଅଛନ୍ତି । କିଛି ବର୍ଷ ପରେ ବିଶ୍ୱନାଥ ତାଙ୍କୁ ଶାରିରୀକ ଓ ମାନସିକ ସହିତ ଯୌତୁକ ନିର୍ଯାତନା ଦେଉଥିଲେ । ପରେ ସେ ଅନ୍ୟ ଏକ ଝିଅକୁ ବିବାହ କରି ଯାଜପୁର ରୋଡ ଆସି ରହିବା ସହ ତାଙ୍କ ବଡ ଝିଅକୁ  ଆଣି ଘରେ ରଖି କାମଧନ୍ଦା କରାଉଛନ୍ତି । ଏନେଇ ଅଦାଲତରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି । ପରିବାର ଲୋକମାନଙ୍କ ସହିତ କୌଣସି ସମ୍ପର୍କ ରଖିନଥିବା ବେଳେ ଗତ ୧୦ତାରିଖ ଦୁଇ ପୁଅଙ୍କ ସହ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱନାଥ ପହଁଚି ଜୀବନରୁ ମାରିଦେବା ଉଦେ୍ଦ୍ୟଶରେ ତଂଟି ଚିପି ଧରିଥିଲେ । ସେ କୌଶଳ କ୍ରମେ ଖସି ଯାଇ ନିକଟସ୍ଥ ବାପ ଘରକୁ ଦୌଡି ଯାଇ ତାଙ୍କୁ ଡାକି ଆଣିବା ବେଳକୁ ସ୍ୱାମୀ ଚମ୍ପଟ ମାରିବା ପୂର୍ବରୁ ୪୩୦୦ ଟଙ୍କା ନେଇ ପଳାଇଥିଲେ । ଅଭିଯୋଗ ପରେ ପୁଲିସ୧୭୦/୨୫ ରୁଜୁ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଏଭଳି ଅଭିଯୋଗ ଆଣି ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ସୋନିଆ ।