ମୁକ୍ତ ବିଚାର ମଞ୍ଚର ଆଲୋଚନାଚକ୍ର
ନୂଆପଡା : ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ପ୍ରତି ମାସ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି କ୍ରମରେ ‘ବୁକର ୨୦୨୫ ହାର୍ଟ ଲେମ୍ପ-ଭାଷା ସାହିତ୍ୟର ଜୟଯାତ୍ରା' ଶୀର୍ଷକ ଉପରେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ଭବନ ପରିସରରେ ଏକ ଆଲୋଚନା ହୋଇଥିଲା । ବାନୁ ମୁସ୍ତାକଙ୍କ ଲେଖା ଏବଂ ଦୀପା ଭାସ୍ତି ଙ୍କ ଅନୁଦିତ ବହି ‘ହାର୍ଟ ଲେମ୍ପ' ଅନ୍ତର୍ଜାତୀୟ ବୁକର ପୁରସ୍କାର ପାଇବା ପୃଷ୍ଠଭୂମିରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଛି । ଅଧ୍ୟାପକ ଲୋହିତା ଯୋଶୀ ଏବଂ ଅଧ୍ୟାପକ ସାମୁଏଲ ଦାନୀ ବିଷୟବସ୍ତୁ ଉପରେ ଭାଷଣ ପ୍ରତିପ୍ରାଦନ କରିଥିଲେ । ବିଖ୍ୟାତ କବି ବାସୁଦେବ ସୁନାନୀ ନିଜସ୍ୱ ସୁଚିନ୍ତିତ ମତ ରଖିଥିଲେ । ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚାଟାର୍ଜୀ ସଭାପତିତ୍ୱ କରିଥିଲେ । ଆଲୋଚନାଚକ୍ର ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ । ସର୍ବଶ୍ରୀ ପଦ୍ମଲୋଚନ ବର୍ମା, କାର୍ତ୍ତିକ ବାଗ, କିଶୋର ବାଗ, ଛନ୍ଦା ଚରଣ ଦଣ୍ଡସେନା, ନନ୍ଦ କୁମାର ପ୍ରଧାନୀ, ନନ୍ଦକିଶୋର ବାରିକ, ତରୁଣ ପ୍ରଧାନ, ଅରୁଣ ପଣ୍ଡା, ଆଲୋକ ରଥ, ସତୀଶ ପଟ୍ଟନାୟକ, ଆକାଶ ସୁନାନୀ, ଚତୁର୍ଭୁଜ ସିଂ, ଉପେନ୍ଦ୍ର ପାଣିଗ୍ରାହୀ, ସବିତା ଚାଟର୍ଜୀ, ଅଧ୍ୟାପିକା ସଂଜୀବନୀ ସୁଧା ରଥ, ଆଦିତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅଶୋକ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।