ମୁଖ୍ୟ ଚିକତ୍ସାଧିକାରୀଙ୍କ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ସମୀକ୍ଷା

 ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁ୍ୟନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦ୍ୱିତୀୟ ପର୍ଯ୍ୟାୟରେ ମୋ ହସ୍ପିଟାଲ ପାଇଁ ଚିହ୍ନଟ କରାଯାଇଛି । ଏଣୁ ଏହି ଦୁଇଟି ମେଡିକାଲକୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଗସ୍ତ କରି ଭିତ୍ତିଭୂମିର ଯାଞ୍ଚ କରିଛନ୍ତି । ମୋ ହସ୍ପିଟାଲ ପାଇଁ ମୁ୍ୟନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨କୋଟି ୯୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୬୫ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏଣୁ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପଣ୍ଡା ନିଦେ୍ର୍ଦଶ ଦେଇଛନ୍ତି । ସୁନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ବିରକ୍ତ ପ୍ରକାଶ କରିଥିଲେ । ପରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କୋଠାକୁ ସେ ବୁଲି ଦେଖିଥିଲେ । ଏହା ସହ ରୋଗୀଙ୍କ ସହ ମେଡିକାଲ ପକ୍ଷରୁ ଦିଆଯାଉଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ । ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୱାଟର ପ୍ଲାଣ୍ଟ ବୁଲିବା ସହିତ ଉପସ୍ଥିତ ଡାକ୍ତରମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ଗସ୍ତ ବେଳେ ମୁ୍ୟନିସିପେଣ୍ଠ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ସ୍ୱାଧୀନ ରଥ, ଡାକ୍ତର ଅଜିତ କୁମାର ପାତ୍ର, ବିପିଏମ ସିମାଞ୍ଚଳ ପ୍ରଧାନ, ଜନ ସ୍ୱାସ୍ତ୍ୟ ସଂପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀ, ବ୍ଲକ ଆକାଉଣ୍ଟ ମ୍ୟାନେଜର ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।