ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପ୍ରଣୀତକାନ୍ତି
ଭଣ୍ଡାରିପୋଖରୀ: ଏହି ବ୍ଲକର ଷୋଳମପୁର ଗ୍ରାମ ପୋଖରୀରେ ବୁଡ଼ି ଅକାଳରେ ମୃତୁ୍ୟବରଣ କରିଥିବା ଯୁବକ ଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଘରେ ଗୁରୁବାର ପହଞ୍ଚି ପରିବାରକୁ ଆଶ୍ୱାସନା ଓ ଆର୍ଥିକ ସହାୟତା ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ଲକ ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ । ଅନ୍ୟମାନଙ୍କ ମଧ୍ୟରେଯୁବ ସମାଜସେବୀ ରମେଶ ଦାସ, ପ୍ରକାଶ ମହାପାତ୍ର, ଶରତ ପଲାଇ, ରବୀନ୍ଦ୍ର ଜେନା, ସନ୍ତୋଷ କୁମାର ନାୟକ, ତାରାକାନ୍ତ ଘଡ଼ାଇ, ରଞ୍ଜନ ରାଉତ, ପଞ୍ଚାନନ ସାହୁ, ଧରଣୀଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।