ମୃତ ହରିଣ ଉଦ୍ଧାର
ଏରସମା : ଏରସମା ବ୍ଳକ ଜଟାଧାର ମୁହାଣ ନିକଟରୁ ଏକ ଅଣ୍ଡିରା ହରିଣ ମୃତୁ୍ୟ ଅବସ୍ଥାରେ ସ୍ଥାନୀୟ ଫରେଷ୍ଟ ରେଞ୍ଜ ଉଧାର କରି କୁଜଙ୍ଗ ବାନାଞ୍ଚଳ ଅଧିକାରୁଙ୍କୁ ଖବର ପଠାଇଥିଲେ । ୩୦ତାରିଖ ସକାଳ ପ୍ରାୟ ୭ଟା ସମୟରେ ଉଦ୍ଧାର ହରିଣକୁ ଏରସମା ପଶୁ ଚିକିସôାଳୟ ରେ ପୋଷ୍ଟ ମୋର୍ଟମ କରାଯାଇ ବାନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ କୁଜଙ୍ଗକୁ ପଠାଇ ଦିଆଯାଇଛି । ମେମୋ ନମ୍ବର ୩୭୫ ତାରିଖ ୩୦/୪/୨୦୨୫ ହରିଣ ଟି କେଉଁ କାରଣ ଯୋଗୁଁ ମରିଛି ତାହା ସନେ୍ଦହ ଭିତରେ ରହିଛି କାରଣ, ହରିଣଟିର କୌଣସି ଖଣ୍ଡିଆ ନଥିଲା କିନ୍ତୁ ଅନୁମାନ କରାଯାଏ କୌଣସି ଶିକାରୀର ଶକ୍ତ ଆଘାତରେ ମରିଥାଇ ପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲେ ଅଧିକ ତଥ୍ୟ ଜଣାପଡିବ ବୋଲି ଅନୁମାନ କରାଯାଏ ଏରସମା ପଶୁ ଡାକ୍ତର ଖାନାରେ ପହଂଚିବା ସମୟରେ ହରିଣ ଠାରୁ ପ୍ରଚୁର ରକ୍ତ ଶ୍ରାବ ହେଉଥିଲା ଯାହା ସ୍ଥାନୀୟ ଲୋକମାନେ କହିଛନ୍ତି । ହରିଣଟିର ଓଜନ ପ୍ରାୟ ୧ କୁଇଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି । ଜଙ୍ଗଲ ନଷ୍ଟ ଯୋଗୁଁ ନିରୀହ ବନ୍ୟପ୍ରାଣୀଙ୍କ ମୃତୁ୍ୟ ନା ଶିକାରୀର ମାୟା ଜାଲରେ ବନ୍ୟ ପ୍ରାଣିଙ୍କ ଜୀବନ ଯାଉଛି ତାହା ଅଧିକ ତଦନ୍ତ ହେଲେ ସତ୍ୟା ସତ୍ୟ ଜଣା ପଡିବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।