ଯୁବକଙ୍କୁ ଆକ୍ରମଣ, ଥାନାରେ ମାମଲା
ତାଳଚେର : ତାଳଚେର ଟାଉନଥାନା ଅନ୍ତର୍ଗତ ନବମିଶ୍ର କଲୋନୀର ରୋହିତକାନ୍ତ ସାହୁ (୩୭) ଓ ତାଙ୍କ ପୁଅ ସୁନିଲ ସାହୁ ଗତ ୫ତାରିଖ ସନ୍ଧ୍ୟା ୫ଘଟିକା ୩୦ମିନିଟ ସମୟରେ ସେହି ନିକଟସ୍ଥ ବାଘୁଆବୋଲରେ ରହିଥିବା ବିମଲ ଗ୍ୟାରେଜକୁ ଟ୍ରକ ସଜାଡ଼ିବାକୁ ନେଇଥିଲେ । ଏହି ସମୟରେ ବିମଲ ଗ୍ୟାରେଜର ସାନଭାଇ ପିଣ୍ଟୁ ଏକ ଭୁଜାଲିରେ ତାଙ୍କ ବାପପୁଅକୁ ମାରଣାତ୍ମକ ଆକ୍ରମଣ କରିବା ଫଳରେ ରୋହିତକାନ୍ତଙ୍କ ଡ଼ାହାଣ ହାତ ଭାଙ୍ଗି ଗୁରୁତର ହୋଇ ସେ ମଣ୍ଡାପାଳ ମେଡ଼ିକାଲକୁ ଚିକତ୍ସା ନିମନ୍ତେ ଯାଇଥିଲେ । ମାତ୍ର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ସେ ଏହା ପ୍ରକାଶ କରିଛନ୍ତି । ଏ ନେଇ ସେ ତାଳଚଚେର ଟାଉନଥାନାରେ ଗତ ୦୬/୦୫/୨୦୨୫ରିଖରେ ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସିି ପଦକ୍ଷେପ ନେଇଥିବାରୁ ସେ ଏବେ ଭୟଭୀତ ଅବସ୍ଥାରେ ରହିଥିବା ଅଭିଯୋଗ କରିଛନ୍ତି ।