ଯୁବକଙ୍କ ଅକାଳ ବିୟୋଗ
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ରଘୁନାଥପୁର ଗ୍ରାମର ସ୍ୱର୍ଗତଃ ନିରଞ୍ଜନ ମହାନ୍ତଙ୍କ ପୁଅ ପ୍ରଫୁଲ୍ଲ ମହାନ୍ତଙ୍କ(୩୨)ର ଅକାଳ ବିୟୋଗ ଘଟିଛି । ଗତ ବୁଧବାର ବିଳମ୍ବିତ ରାତିରେ ହଠାତ୍ ପ୍ରଫୁଲ୍ଲ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଏସିଡ୍ ହୋଇଛି ଭାବି ଟିକେ ପରେ ଭଲ ଲାଗିବାରୁ ଶୋଇ ପଡ଼ିଥିଲେ । ହେଲେ ଗୁରୁବାର ସକାଳୁ ନିତ୍ୟକର୍ମ ସାରି ଚା’ ପିଇ ସାରିବା ପରେ ପୁଣି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କିଛି ସମୟ ମଧ୍ୟରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବୈଶିଙ୍ଗା ଡାକ୍ତରଖାନା ନେଇ ଆସିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚô ୪୦/୨୪ନଂରେ ଏକ ଅପମୃତୁ୍ୟ ମାମଲା ରୁଜୁ ପୂର୍ବକ ଶବ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି ।