ରାଜ୍ୟସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

 ଜଗତସିଂହପୁର : ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲାପାଳ ଜେ. ସୋନାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ରହିଯାଇଥିବା ବହୁ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନା ରହିବା ପାଇଁ ପକ୍କା ବାସଗୃହ ଯୋଗାଇ ଦେଇପାରିଛି ବୋଲି କହିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦର ସଭାପତି ମନୋଜ କୁମାର ଭୋଇ, ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ, ପଞ୍ଚାୟତ ସମିତିର ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ଯୋଗଦେଇ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ସଭାରେ ୩୬୨ ଜଣ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା  । ଆଭାସୀ ଜରିଆରେ ଜିଲ୍ଲାର ସମସ୍ତ ୮ଟି ବ୍ଲକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ସଭାସ୍ଥଳ ସହ ଯୋଡି ହୋଇଥିଲେ  ।
ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି  । ଆଜବେଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି  । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆରସିସି ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି  । ପ୍ରାରମ୍ଭରେ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ  । 
ଏହି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପରେଖା ସାହୁ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଅଭିମନୁ୍ୟ ପଣ୍ଡା, ଚିତ୍ତରଞ୍ଜନ ମହାନ୍ତି, ସୁନନ୍ଦା ରାଉତ, ରାଜେଶ ରଞ୍ଜନ ସାହୁ, ମଧୁସ୍ମିତା ବିଶ୍ୱାଳ, ପ୍ରିୟଙ୍କା ସାହୁ, ସୁଶାନ୍ତ କୁମାର ରାଉତ, ସୁବାସ ଚନ୍ଦ୍ର ଦାସ, ରଞ୍ଜନ ମହାପାତ୍ର, ରାମଚନ୍ଦ୍ର ଷଡ଼ଙ୍ଗୀ, ସୁନୀଲ କୁମାର ରାଉତରାୟ, ବିବେକାନନ୍ଦ କାନୁନଗୋ, ନିଗମାନନ୍ଦ ଜେନା, ଦିଲ୍ଲୀପ କୁମାର ମହାରଣା, ସରିତା ବେହେରା, ପ୍ରିୟଙ୍କା ଶତପଥୀ ପ୍ରମୁଖ ପ୍ରମୁଖ ଉପସ୍ଥିତଥିଲେ  ।