ଲାଗିଲା କଟକଣା; ସହରକୁ ପ୍ରବେଶ କରିବ ୨୦ କାରଖାନା ବସ
ବ୍ୟାସନଗର : ବାରମ୍ବାର ଦୁର୍ଘଟଣା, ଟ୍ରାଫିକ ଜାମକୁ ନେଇ ଜନଅସନ୍ତୋଷ ବଢିବାକୁ ଦୃଷ୍ଠିରେ ରଖି ଶେଷରେ କଳିଙ୍ଗନଗର ଶିଳ୍ପାଂଚଳରୁ ବ୍ୟାସନଗର ସହରକୁ ଆସୁଥିବା ବସ ଉପରେ ପ୍ରଶାସନ ପକ୍ଷରୁ ଲଗାଯାଇଛି କଟକଣା । ଆଉ ପୂର୍ବପରି ସହର ଭିତରକୁ ଆସୁଥିବା ୮୦/୧୦୦ ବଦଳରେ ମାତ୍ର ୨୦ଟି ବସ ପ୍ରବେଶ କରିବ । ଯାହାର ବେଗ ୩୦ ଭିତରେ ରହିବ । ଆସନ୍ତା ୩ତାରିଖରୁ କଟକଣା ଲାଗୁୁ ହେବ ଏବଂ ବସ ଗୁଡ଼ିକ ରୁଟ କ’ଣ ରହିବ, ସେନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲାପାଳ କଳିଙ୍ଗନଗର ସପନ କୁମାର ନନ୍ଦ ଏବଂ ଯାଜପୁର ରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ । ସୂଚନା ମୁତାବକ କହ୍ନେଇପୁର ପାଖରେ୧୨ଟି, ଷ୍ଟାଡିୟମ୍ ନିକଟରେ୯ଟି, ନହକା ଗୋଲେଇରେ୨୦ଟି ଓ ପାନ୍ଥିକା ନିକଟରେ ୬ଟି ବସ୍ ରହିବ । ମିଲିଟାରୀ ଛକରୁ ଯାଜପୁର ରୋଡ ଥାନା ଅଭିମୁଖେ ଆସୁଥିବା ବସ ବାଇପାସ ରାସ୍ତାରେ ସିଧା ଆସିବ । ନହକା ଆସୁଥିବା ବସ ଥାନା ଗୋଲେଇ ଦେଇ ଜହ୍ନା ଯିବା ପରେ ସେଠାରୁ ନହକା ଆସିବ । ଷ୍ଟାଡିୟମ୍ ଯିବାକୁ ଥିବା ବସ ଗୁଡିକ ଧବଳଗିରି ଛକ ଠାରୁ ଫେରୋକ୍ରୋମ ରାସ୍ତାରେ ଯାଇ ପାର୍କିଂରେ ପହଁଚିବ । ପାନ୍ଥିକା ପାର୍କିଂରେ ଯେଉଁ ବସ ରହିବେ ସେମାନେ କାରଖାନା ପଟରୁ ସିଧା ସେଠାକୁ ଆସିବେ । ଅନ୍ୟପକ୍ଷରେ ଷ୍ଟେସନରୁ ନେବା ଆଣିବା କରୁଥିବା୫୦ଟି ବସ ସିଧା ଷ୍ଟେସନରୁ ବାହାରି କାରଖାନାକୁ ଯିବେ । ଯେଉଁ ବସ ଗୁଡ଼ିକ ବାଟରେ ଷ୍ଟପେଜÿ୍ କରିପାରିବେନି । ସମସ୍ତ ବସ୍ ସହର ଭିତରେ ଘଂଟା ପ୍ରତି ସର୍ବାଧିକ ୩୦କିଲୋମିଟର ଗତିରେ ଯାତାୟତ କରିବେ । ସହର ମଧ୍ୟକୁ ଟାଟା କାରଖାନାର ୪ଟି, ନୀଳାଚଳର ୨, ଜିନ୍ଦଲର ୮, ଜେଏସ୍ଡବ୍ଲ୍ୟୁ, ଭିସାଷ୍ଟିଲ, ମଇଥାନ, ନୁଭୋକୋ ଓ ରୋହିତ୍ କାରଖାନାର ପ୍ରତ୍ୟେକ ୧ଟି ଲେଖାଏଁ ବସ ପ୍ରବେଶ କରିବ । ସହର ଭିତରେ ବସ ଗୁଡିକ ପାଇଁ ଏହି ନିୟମ ସକାଳ ୬ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ବଳବତର ରହିବ । ରାତି ୯ଟା ପରଠାରୁ କୌଣସି କଟକଣା ରହିବ ନାହିଁ । ବ୍ୟାସନଗର ସହର ମଧ୍ୟରେ ଶିଳ୍ପାଂଚଳ ବସ୍ ଚଳାଚଳ ନିୟନ୍ତ୍ରୀତ ନିମିତ ଏହି ନିର୍ଯ୍ୟାସ ବାହାରିଛି । ଆସନ୍ତା ୩ତାରିଖ ସୋମବାର ଠାରୁ ଏହି ନିୟମ ଲାଗୁ ହୋଇ ଅନୁଧ୍ୟାନ କରାଯିବା ପରେ ପରିସ୍ଥିତିକୁ ଦେଖି ଅନ୍ୟଯାହା ପରିବର୍ତନ କରାଯିବ ବୋଲି କୁହାଯାଇଛି ।