ଶ୍ରୀଜୀଉଙ୍କ ସୁନାବେଶ
ନବରଙ୍ଗପୁର : ନବରଙ୍ଗପୁରରେବଡ ଏକାଦଶୀ ଅବସରରେ ରଥାରୂଢ ତିନି ଠାକୁର ସୁନାବେଶରେ ଦର୍ଶନ ଦେଇଛନ୍ତି । ରଥ ଉପରେ ତିନିଠାକୁର ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସନ୍ଧ୍ୟାରେ ଆଳତି କରାଯିବା ପରେ ରଥରେ ଅଧରପଣା ନୀତି କରାଯାଇଛି । ଏହା ପରେ ତିନି ଠାକୁର ସୁନାବେଶରେ ଦର୍ଶନ ଦେଇଥିଲେ ।ସମସ୍ତ ଭକ୍ତ ମଣ୍ଡଳୀ ବିଳମ୍ବିତ ରାତ୍ରି ପର୍ଯନ୍ତ ଏହି ଦୁର୍ଲଭ ବେଶ ଦର୍ଶନ କରି ସାର୍ଥକ ଲାଭ କରିଥିଲେ । ରାଜପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀ ,ପୂଜକ ଶେଷ ବ୍ରହ୍ମା ଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ସତ୍ୟବାଦୀ ଷଡଙ୍ଗୀ, ନିତୀ ନିଯୋଗ ପକ୍ଷରୁ କୁନା ପାତ୍ର ନରେଶ ତ୍ରିପାଠୀ, ସହିତ ସମସ୍ତ ସେବାୟତମାନେ ସହଯୋଗ କରିଥିଲେ । ବାହୁଡା ଯାତ୍ରା ଓ ସୁନାବେଶର ଧାରାବିବରଣୀ ଶିକ୍ଷାବିତ ଡ. ବିଜୟ ମିଶ୍ର, ଶଶାଙ୍କ ଶେଖର ତ୍ରିପାଠୀ, ଜେମାମଣି ବିଷୋୟୀ,ସଙ୍ଗିତା ତ୍ରିପାଠୀ, ଡ. ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସୁଧାଂଶୁ ତ୍ରିପାଠୀ ଓ ହେମଲତା ମାଝୀ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ ।
ନୂଆପଡା: ଗତକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ସୁନା ଏବଂ ରୂପା ତିଆରି କିରୀଟି, ଓଢିଆଣୀ, ଶ୍ରୀଭୁଜ, ଶ୍ରୀପୟର,ମାଳି, କମରପଟି, ଚକ୍ର, କୁଣ୍ଡଳ ଆଦି ଅଲଙ୍କାରରେ ସୁସଜ୍ଜିତ କରାଯାଇଥିଲା । ଏହା ପରେ ତିନି ରଥ ଉପରେ ଅଧରପଣା ନୀତି କରାଯାଇ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଏବର୍ଷର ନବଦିନାତ୍ମକ ଯାତ୍ରା ସମ୍ପନ୍ନ କରାଯାଇଥିଲା । ୨୦୧୩ରେ ସିନାପାଲିରେ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ପୁରୀ ଗଜପତି ମହାରାଜଙ୍କ ପରାମର୍ଶରେ ପ୍ରତିବର୍ଷ ଶ୍ରୀଜିଉଙ୍କ ସୁନାବେଶ ରୀତିନୀତି ଅନୁଷ୍ଠିତ ହେଉଛି ।