ସବୁ ନିୟମ ଏଠି ଫୁ.... ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି ଖରସ୍ରୋତା ମହାବିଦ୍ୟାଳୟ
ବିଞ୍ଝାରପୁର : ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ ବଢ଼ି ଚାଲିଛି ଛାତ୍ରୀ ବଳାକôାର, ଆତ୍ମହତ୍ୟା ଭଳି ଅନେକ ଘଟଣା । ଏହା ଭିତରେ ବାଲେଶ୍ୱର ଫକୀରମୋହନ କଲେଜ ହେଉ ବଳଙ୍ଗା ଘଟଣାରେ ସାରା ଓଡ଼ିଶା ଜଳୁଥିବା ବେଳେ ସରକାର ଶିକ୍ଷା ଅନୁଷ୍ଠାନର ନିୟମକୁ ଏବେ କଢ଼ାକଢ଼ି କରିଛନ୍ତି । ହେଲେ ନିୟମର ବାହାରେ ଆଉ ବିଶୃଙ୍ଖଳିତର ଉର୍ଦ୍ଧରେ ରହିଛି ସିଂହପୁର ଅଂଚଳର ଖରସ୍ରୋତା ମହାବିଦ୍ୟାଳୟଟି । ଅସାମାଜିକ ଓ ଅଣଛାତ୍ର ଯୁବକଙ୍କ ପାଇଁ କେତେବେଳେ କିଛି ଅଘଟଣ ଏଠି ଘଟିପାରେ । ଅଂଚଳର ସର୍ବପୁରାତନ ଶିକ୍ଷା ଅନୁଷ୍ଠାନ ଭାବେ ପରିଚୟ ପାଇଥିବା ଏହି କଲେଜଟି ଏବେ ଅସାମାଜିକ ଯୁବଙ୍କଙ୍କ ଆଡ୍ଡା ପାଲଟିଛି । ପାଠପଢା ସମୟରେ ୧୮ବର୍ଷର କାମ ଆଉ ଅଣ ଛାତ୍ର ମାନେ ବିନା ଡ୍ରେସ୍ରେ ହାଫ୍ ପ୍ୟାଂଟ ପିନ୍ଧି ଗୋଟେ ଗୋଟେ ବାଇକରେ ୩/୪ ବସି କଲେଜ୍ ଭିତରେ ଚକର କାଟିବା ସହ ଅନେକ ଖରାପ କାର୍ଯ୍ୟ ଓ ଛାତ୍ରୀ ମାନଙ୍କ ପ୍ରତି କମେଂଟ କରିବା, ବାଇକ୍ ସାଇଟ୍ ମାରିବା ଦେଖିବାକୁ ମିଳିଛି । କିନ୍ତୁ ଏସବୁକୁ କଲେଜ କର୍ତ୍ତୃପକ୍ଷ ରୋକ୍ ଲଗାଇବା ପରିବର୍ତ୍ତେ ଖୋଲା ଛାଡି ଦେଇଛନ୍ତି । କାରଣ ରୋକ୍ ଲଗାଇବା କର୍ତୁପକ୍ଷ ମାନେ ବି ଖଣ୍ଡେ ମୋବାଇଲ୍ ଧରି କାନରେ ହେଡ୍ ଫୋନ୍ ଦେଇ ମୋବାଇଲ୍ ଦେଖିବାରେ ଏଠି ବ୍ୟସ୍ତ । ଯାହାଫଳରେ କଲେଜ ପରିସର ଅସାମାଜିକ ଯୁବକ ଓ ଅଣ ଛାତ୍ରଙ୍କୁ ଆଡ୍ଡା ଜମାଇବା ପାଇଁ ବେଶ୍ ଅନୁକୂଳ ପରିବେଶ ପାଲଟିଛି । ଏହା ଛଡା କଲେଜ ପରିସରକୁ ଛାଡିଦେଲେ କଲେଜ ଠିକ୍ ପଛ ଦେଇ ଯାଇଥିବା ଆରାଧ୍ୟା ଦେବୀ ମା’ଦରିଆ ନାହାକାଣୀ ପୀଠ ରାସ୍ତା ଓ ଟିଣାକୁ ସଂଯୋଗ କରିଥିବା ରାସ୍ତାରେ ଧଳା ଜହର, ଡ୍ରେସ୍, ଗଞ୍ଜେଇ ମଦ ଭଳି ମାରାତ୍ମକ ଅବଧ୍ୟ ନିଶା କାରବାର ଚାଲିଥିବା ଜଣାପଡିଛି । ଆଉ ଏହି ଛାତ୍ର ମାନେ ମଧ୍ୟ ଏହି କାରବାରରେ ସାମିଲ୍ ରହିବା ସହ କଲେଜକୁ ପରିସର୍ ଭିତରେ ଆଡ୍ଡା ଜମାଇଥାଆନ୍ତି । ଏସବୁ ପାଇଁ ଖରସ୍ରୋତା ମହାବିଦ୍ୟାଳୟର ଗାରିମା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି । ଅଞ୍ଚଳରେ ଥିବା ବରୁଣେଶ୍ୱର ମହାବିଦ୍ୟାଳୟ, ବ୍ରଜସୁନ୍ଦର କଲେଜ୍ ଓ ପ୍ରୀତିପୁର ଜୁଣଭଦ୍ରା କେଲଜ କୁ ତୁଳନା କଲେ ଗୋଟେ ଶୃଙ୍ଖଳିତ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ଗଢା କାରଖାନାର ଗାରିମା ନଜର ଆସୁଥିବା ବେଳେ ଏଠି କର୍ତ୍ତୃପକ୍ଷ ବିଦ୍ୟାଳୟ ପରିସରକୁ ଏକ ଶିକ୍ଷାନୁଷ୍ଠାନ ପରିବେଶ ଭଳି ଗଢି ତୋଳା ଯାଇଥିବା ବେଳେ ଖରସ୍ରୋତା କଲେଜ ପରିବେଶଟି ଏହା ସହ ତୁଳନା କରାଯାଇ ପାରିବନାହିଁ । କଲେଜ୍ ଭିତର ଓ ବାହାର ପରିସରରେ ଏସବୁ ଖରାପ କାର୍ଯ୍ୟକୁ ବନ୍ଦ କରିବା ଲାଗି ବାରମ୍ବାର ଅଂଚଳର ବୁଦ୍ଧିଜୀବୀ, ପୁରାତନ ଛାତ୍ର ଅଧ୍ୟକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ଏହାର କୌଣସି ପରିବର୍ତନ ହେଲା ନାହିଁ । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ,ଏସପି, ପରିବହନ ଅଧିକାରୀ,ବିଞ୍ଝାରପୁର ଥାନା ଅଧିକାରୀ ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ନଚେତ୍ କେତେ ବେଳେ ଯେ କଣ ଅଘଟଣ ଘଟିବ ତାହା କହିହେବ ନାହିଁ ବୋଲି ଅଂଚଳବସୀ ମତ ରଖିଛନ୍ତି ।