‘ସମାଜର ଉନ୍ନତି ପାଇଁ ଭାଷା ସାହିତ୍ୟର ଉନ୍ନତି ଅପରିହାର୍ଯ୍ୟ’

 ଜୟପୁର:   ଭାଷା ସାହିତ୍ୟର ଉନ୍ନତିରେ ସମାଜର ଉନ୍ନତି ହୋଇଥାଏ । ଯେଉଁ ଜାତିର ଭାଷା ଯେତିକି ସମୃଦ୍ଧ ସେ ଜାତି ସେତିକି ସମୃଦ୍ଧ ବୋଲି ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ମାଲକାନାଗିରି ଜିଲ୍ଲାର ପ୍ରତିଷ୍ଠିତ ଏହି ସାହିତ୍ୟ ଅନୁଷ୍ଠାନର ଷଷ୍ଠ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଡ. ସୁନୟନା ମେଡିକାଲ ସାଇନ୍ସ କଲେଜ ପରିସରରେ ମହାସମାରୋହରେ ପାଳିତ ହୋଇଥିଲା । ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଉଦ୍ଘାଟନ କରିଥିବାବେଳେ ଆକାଶବାଣୀ କେନ୍ଦ୍ର ଜୟପୁରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିଦେ୍ର୍ଦଶକ ନରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ଡ. ସୁରେଶ ଦାସ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ନରସିଂହ ପ୍ରସାଦ ନାୟକ, ସମୀର କୁମାର ମହାପାତ୍ର, ଡ. ଯଜେ୍ଞଶ୍ୱର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ  । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ଡ.ସୁନୟନା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ମହିଳା ମଞ୍ଚ ପରିଚାଳିକା ଡ. ଶୋଭାଗିନୀ ନନ୍ଦ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଓ କବୟିତ୍ରୀ କବିତା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଟି ଲଗ୍ନା ରାଜ୍ୟ ପର୍ଯ୍ୟବେକ୍ଷକ ମୋହନ କୁମାର ଭଟ୍ଟ ଏବଂ ଡ. ସୁନୟନା ହାୟର ସେକେଣ୍ଡାରୀ ସ୍କୁଲ ର ର୍ନିେଶକ ଏନ. ଦାଶରଥି ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । ରାଜ୍ୟ ସଂଯୋଜକ ମନୋରଞ୍ଜନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଜୟନ୍ତ କୁମାର ମହାଳିକ, ଗୋଦାବରୀଶ ଦାସ,  ରାଜେନ୍ଦ୍ର କୁମାର ଦୁରିଆ, ବିରଞ୍ଚି ନାରାୟଣ ମୁଣ୍ଡ, ଅଧ୍ୟାପିକା ସ୍ୱପ୍ନା ମହାନ୍ତି, ଲକ୍ଷ୍ମୀ ଆମ୍ମା ନନ୍ଦଡା, ପ୍ରଶାନ୍ତ ସାରଦା ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ଆସରରେ ପଦ୍ମିନୀ ମିଶ୍ର, ସବିତା ତ୍ରିପାଠୀ, ସ୍ନେହଲତା ଲେଙ୍କା, ସୁଶୋଭିତା ତୁରୁକ୍, ସବିତା ଶତପଥୀ, ଅଶୋକ କୁମାର ମହାନ୍ତିଙ୍କ ସଂଯୋଜନାରେ ପାଖାପାଖି ଅର୍ଦ୍ଧ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ଷାଠିଏ ଜଣ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବୟିତ୍ରୀ ପୁଷ୍ପାଞ୍ଜଳୀ ଦେବୀ, ଦିବ୍ୟାନୀ ମାର୍ଥା, ନର୍ମଦା ଦୋରା, ସୁବାସ ଚନ୍ଦ୍ର ତାରିଣୀ ପ୍ରମୁଖ ସହଯୋଗ କରିଥିଲେ ।