ସହିଦଙ୍କୁ ସମ୍ମାନ ପ୍ରଦର୍ଶନ
ଯାଜପୁର ଟାଉନ : ବିହାର ରେଜିମେଂଟର ୟୁନିଟ ଷଷ୍ଠ ବାଟାଲିୟନର ହାବିଲଦାର ରାଜକିଶୋର ମୁଣ୍ଡା ଅରୁଣାଂଚଳ ପ୍ରଦେଶର ତାୱାଙ୍ଗ ଠାରେ ର୍କିବ୍ୟ ରତ ଥିବା ସମୟରେ ମାର୍ଚ୍ଚ ୨୯ତାରିଖରେ ବୀରଗତି ପ୍ରାପ୍ତ କରିଛନ୍ତି । ସହିଦଙ୍କ ମରଶରୀର ସୋମବାର ଭୁବନେଶ୍ୱରରୁ କେନ୍ଦୁଝର ସଦର ବ୍ଲକ ନୂଆଗାଁ ଯିବା ସମୟରେ ଯାଜପୁର ଜିଲାର ଚଣ୍ଡିଖୋଲ ଠାରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବଡ଼ଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଦର୍ପଣ ଅତିରିକ୍ତ ତହସିଲଦାର ସହିଦଙ୍କ ମରାଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦେଶ ମାତୃକା ସେବାରେ ତାଙ୍କ ପ୍ରାଣବଳୀକୁ ସଲାମ । ଗଦାଧର କୁଣ୍ଡୁ ଗତ୨୦୨୩-୨୦୨୪ବର୍ଷର ଆୟବ୍ୟୟର ବିବରଣୀ ପାଠକରିଥିଲେ । ପତ୍ରିିକାର ରଜତଜୟନ୍ତୀ ଉସôବକୁ ବର୍ଣ୍ଣାଢ଼୍ୟ କରିବାକୁ ସମ୍ପାଦକ ମଣ୍ଡଳୀର ସଦସ୍ୟବୃନ୍ଦ ମତାମତ ପ୍ରଦାନ କରିଥିଲେ । ସମାରୋହକୁ ସଫଳ କରିବାକୁ ଆଗାମୀବୈଠକରେ ଏକ ରୌପ୍ୟଜୟନ୍ତୀ ପ୍ରସ୍ତୁତି କମିଟି ଗଠନ କରାଯିବାକୁ ସ୍ଥିର କରାଯାଇଛି । ଦିବସବ୍ୟାପୀ କାର୍ଯ୍ୟକ୍ରମରେ କବିତା ପାଠୋସôବ, ଏକ ଜାତୀୟ ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସମାରୋହ, ପୁସ୍ତକ ଲୋକାର୍ପଣ ଓ ପୁସ୍ତକପ୍ରଦର୍ଶନୀ ଆଦି କରାଯିବବୋଲି ସମ୍ପାଦକ ଡକ୍ଟର ପତି କହିଛନ୍ତି । ବୈଠକରେ ବିଶ୍ୱମ୍ଭର ମିଶ୍ରଙ୍କ ସମେତ ନୃସିଂହ ଚରଣ ମହାପାତ୍ର, ଗଦାଧର କୁଣ୍ଡୁ, ବୃନ୍ଦାବନ ମିଶ୍ର, କ୍ଷୀରୋଦ ଚନ୍ଦ୍ର ପାଠୀ, ଆନନ୍ଦ ସାହୁ, ସୁବାସ ଚନ୍ଦ୍ର ମହାପାତ୍ର, ଦାମୋଦର ବେହେରା, ସୁବାସ ପାଣି, ଡ. ହରଶ୍ଚନ୍ଦ୍ର ପଣ୍ଡା ଓ ବିରଜା ପାଣି ଓ ବିରଜା ସଂସ୍କୃତି ପ୍ରେମୀ ବହୁ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।