ସାଇବର ଠକେଇ : ଥାନା ଆଇଆଇସିଙ୍କ ଉଦ୍ୟମରୁ ଟଙ୍କା ଫେରି ପାଇଲେ ସମୀର

 ବଡଚଣା: ବଡ଼ଚଣା ଥାନା ଅଧିକାରୀଙ୍କ ଉଦ୍ୟମରୁ ସାଇବର ଠକେଇର ଶୀକାର ହୋଇଥିବା ଜଣେ ଯୁବକ ଅଭିଯୋଗର କିଛି ଘଣ୍ଟା ପରେ ଟଙ୍କା ଫେରି ପାଇଥିଲେ । ଖବର ମତେ ବଡଚଣା ଥାନା ଅନ୍ତର୍ଗତ ଖରମଙ୍ଗି ଗ୍ରାମର କୁସାସନ ପାତ୍ରଙ୍କ ପୁଅ ସମୀର ଏନ-ଡେକ୍ସ ଆପ ଡାଉନଲୋଡ କରିବା ସମୟରେ ୮ତାରିଖରେ ତାଙ୍କ ଆକାଉଣ୍ଟରୁ ୧୮ହଜାର ଟଙ୍କା ଚାଲିଯାଇଥିଲା । ଖରମଙ୍ଗି ଗ୍ରାମର ସମୀରଙ୍କ ପନôୀ ଚାଉଳିଆଗଞ୍ଜ କାନାର ବ୍ୟାଙ୍କରେ ଥିବା ୧୫ ହଜାର ଟଙ୍କାକୁ ନିଜର ଚଣ୍ଡିଖୋଲ ପଞ୍ଜାବ ନ୍ୟସନାଲ ବ୍ୟାଙ୍କକୁ ଟ୍ରାନ୍ସଫର କରିବା ପାଇଁ ୟୁଟୁବରେ ଏକ ଆପ ଦେଖି ମୋବାଇଲ ନମ୍ବର ୮୦୦୨୬୯୯୯୫୮କୁ କଲ କରିଥିଲେ । ସାଇବର ଠକର ନିର୍ଦେଶ ଅନୁଯାୟୀ ସମୀର ଏନି-ଡେକ୍ସ ଆପ୍ ଡାଉନଲୋଡ କରି ସେଥିରେ ତାଙ୍କୁ ନିଜର ଫୋନ ପେ-ନମ୍ବରକୁ ଦେବାପରେ ସାଇବର ଠକ ତତକ୍ଷଣାତ ତାଙ୍କ ଆକାଉଣ୍ଟରୁ ୧୮ ହଜାର ଟଙ୍କା ଲୁଟି ନେଇଥିଲେ । ସାଇବର ଠକ ତୁମ ଆକାଉଣ୍ଟକୁ କିଛି ସମୟ ପରେ ଟଙ୍କା ପଳାଇବ ବୋଲି କହିିଥିଲା । ତେବେ ଦିନ ୧୨ଟା ସୁଦ୍ଧା ଟଙ୍କା ଆକାଉଣ୍ଟକୁ ନଆସିବାରୁ ସମିର ବଡଚଣା ଥାନାରେ ସୋମବାର କରିଥିଲେ । ଥାନା ଅଧିକାରୀ ଅଭିଯୋଗ ପାଇବା ପରେ ତତକ୍ଷଣାତ ସାଇବର ସେଲ ସହ ଯୋଗାଯୋଗ କରିଥିଲେ । ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ସମୀର ଆକାଉଣ୍ଟକୁ ୧୩ ହଜାର ଟଙ୍କା ପ୍ରତ୍ୟାବର୍ତନ ହେବା ପରେ ଥାନା ଅଧିକାରୀଙ୍କୁ ସେ ଅବଗତ କରିଥିଲେ ।