ସାମ୍ବାଦିକଙ୍କ ପିତୃ ବିୟୋଗ 

ବରୀ : ବୁଧବାର ସକାଳେ ସୂର୍ଯ୍ୟପ୍ରଭାର ବରୀ ପ୍ରତିନିଧି ତଥା ଅରଙ୍ଗାବାଦ ପଞ୍ଚାୟତ ଆନନ୍ଦପୁର ଗ୍ରାମର ପ୍ରଭାତ କୁମାର ମହାନ୍ତିଙ୍କ ବାପା ତଥା ଅବସରପ୍ରାପ୍ତ ବନକର୍ମଚାରୀ ମନ୍ମଥନାଥ ମହାନ୍ତି(୯୮)ଙ୍କ ପରଲୋକ ଘଟିଛି । ସେ ସପ୍ତାହକ ତଳେ ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲେ । ଖବର ପ୍ରଚାରିତ ହେବା ପରେ ଆନନ୍ଦପୁର ବାସଭବନ ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ ଦୀର୍ଘ ବର୍ଷ ହେବ ବନ କର୍ମଚାରୀରୁ ଅବସର ଗ୍ରହଣ କରି ବିଭିନ୍ନ ସାମାଜିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ସେ ଜଣେ ସରଳ, ପରୋପକାରୀ, ମିଷ୍ଟଭାଷୀ ଓ ସ୍ନେହବତ୍ସଳ ବ୍ୟକ୍ତିଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁଅ, ବୋହୂ, ନାତି, ନାତୁଣୀ, ଝିଅ, ଜ୍ୱାଇଁ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ପଟୁଆରରେ ନିଆଯାଇ ଗ୍ରାମ୍ୟ ଶ୍ମଶାସନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡପୁତ୍ର ପ୍ରଭାତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ପୂର୍ବତନ ବିଧାୟିକା ସୁନନ୍ଦାଦାସ, ବିଜେପି ନେତା ଉମେଶ ଜେନା, ଆଶୁତୋଷ ପରିଡା, ପ୍ରଗତି କ୍ଲବ ସଭାପତି ବିଚିତ୍ରାନନ୍ଦ ପୁହାଣ, ସମ୍ପାଦକ ନଟବର ବେହେରା, ଶିବପ୍ରସାଦ ଦାସ, ଡ.ଧ୍ରୁବଚରଣ ବେହେରା, ସୋମନାଥ ଦ୍ୱିବେଦୀ, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ ଜେନା, ପଦ୍ମନାଭ ଜେନା, ରବିନ ଚନ୍ଦ୍ର ଦାସ, ଅଶୋକ କୁମାର ଦାସ, ଗଗନ ମହାପାତ୍ର, ଡ.କୃଷ୍ଣଚନ୍ଦ୍ର ମହାନ୍ତି, ବିଶ୍ୱଭୂଷଣ ଜେନା, ଲାଲବିହାରୀ ମହାନ୍ତି, ଶିକ୍ଷାବିତ ବିଜୟ କୁମାର ଜେନା, ନବଘନ ପରିଡାଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।