ସାର ମରୁଡିକୁ ନେଇ ବଢୁଛି ଅସନ୍ତୋଷ
ଆସିକା : ଆସିକା ବ୍ଲକରେ ଚାଷ କାର୍ଯ୍ୟ ନିମନ୍ତେ ଚାଷୀମାନଙ୍କ ପାଇଁ ୟୁରିଆ ସାରର ମରୁଡ଼ି ଦେଖିବାକୁ ମିଳିଛି । ଆସିକା ବ୍ଲକ କୃଷି କାର୍ଯ୍ୟାଳୟର ତଥ୍ୟ ମୁତାବକ ଚଳିତ ବର୍ଷ ୭୪୧୩ ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ନିମନ୍ତେ ଚାଷୀ ପ୍ରସ୍ତୁତ ହୋଇଥିବାବେଳେ ଜଳବାୟୁର ସଠିକ୍ ନ ହେବା ହେତୁ ପ୍ରାୟ ୬୯୨୫ ହେକ୍ଟର ଚାଷ ଜମିରେ ଧାନ ରୁଆ ଶେଷ ହୋଇଥିବାବେଳେ ଦୁଇ ଦିନ ମଧ୍ୟରେ ବଳକା ଚାଷ ଜମିରେ ରୁଆ କାର୍ଯ୍ୟ ଶେଷ ହେବ । ଚାଷୀମାନେ ଧାନ ରୁଆ ଶେଷ ହେବା ପରେ ଚାଷ ଜମିକୁ ରାସାୟନିକ ସାର (ୟୁରିଆ) ଆବଶ୍ୟକ ପଢୁଛି । ଏଥିନିମନ୍ତେ ନିଜ ନିଜ ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଏହି ସାର ପିଡିଆ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନଥିବା କାରଣରୁ ବସ୍ଷ୍ଟାଣ୍ଡରେ ଥିବା ବେସରକାରୀ ଡିଲର ପାଖରେ ଭିଡ଼ ଦେଖିବାକୁ ମିଳିଥିଲା । ଆସିକାର ସର୍ବ ପୁରାତନ ବହୁ ମୁଖି ସମବାୟ ସେବା ସମିତି ମଧ୍ୟ ୟୁରିଆ ୭୦ ଟନ୍ ଏବଂ ଡିଏପି ୨୦ ଟନ୍ ଆବଶ୍ୟକ ରହିଛି ବୋଲି ଇଫକୋକୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି ଆସିକାରେ ସାର ପହଞ୍ଚô ନାହିଁ କି ଚାଷୀ ପାଖରେ ସାର ପହଞ୍ଚô ପାରିନାହିଁ । ଏଥିସହିତ ଆସିକା ବ୍ଲକରେ କାର୍ଯ୍ୟ କରୁଥିବା ବରଗାଁ ସେବା ସମବାୟ ସମିତି ୪୫୦ ଟନ, ପାଣ୍ଡିଆ ପଥର ୯୦୦, ବଡ଼ଖୋଲି ୯୦୦, ଗହଂଗୁ ୪୫୦, ବେଣା ପାଟ ୪୫୦, ମଙ୍ଗଳ ପୁର ୬୭୫, ହରିଡ଼ା ପଦର ୯୦୦, ଘଟକୁରି ୪୫୦, ମୁନିଗାଡି ୧୩୫୦, ନୂଆଗାଁ ୯୦୦ ଟନ ୟୁରିଆ ସାର ଆବଶ୍ୟକ ନିମନ୍ତେ ମାର୍କ ଫେଡ଼କୁ ଜଣାଇଦିଆଯାଇଛି । ସାରର ଅଭାବୀ ସମ୍ପର୍କରେ ଆସିକା ଏଆରସିଏସ ବିଜୟ ସାହୁଙ୍କୁ ପଚାରିବାରୁ ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକକୁ ୦୯ ହଜାର ମେଟ୍ରିକ ଟନ ୟୁରିଆ ଯୋଗାଇ ଥିବା ପ୍ରକାଶ କରିଛନ୍ତି । ଯଥାଶୀଘ୍ର ଆସିକା ବ୍ଲକକୁ ଆବଶ୍ୟକ ସାର ଯୋଗାଇବାକୁ ମାର୍କ ଫେଡ଼ର ଏରିଆ ମ୍ୟାନେଜରଙ୍କୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଅପରପକ୍ଷେ ଏରିଆ ମେନେଜର ଓ କୃଷି ଅଧିକାରୀ ମଧ୍ୟରେ ସମନ୍ୱୟ ନ ଥିବାରୁ ଏଭଳି ଅସୁବିଧା ହେଉଛି ବୋଲି ଚାଷୀ ସଂଘର ନେତାମାନେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରୁଛନ୍ତି ।